ତାଳଚେର ତା ୨୭/୧୦ ତାଳଚେର ଅଂଚଳରେ ଥିବା ସମସ୍ତ କୋଇଲା ଖଣି ଗୁଡ଼ିକରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ କୋଇଲା ବୋଝେଇ ଟ୍ରକ ଖଣି ପରିସରରୁ ବାହାରି କୋଲକରିଡ଼ର ରାସ୍ତା ଦେଇ ଜାତୀୟ ରାଜପଥ ବାଙ୍କଧରା ଛକ ଠାରେ ବହାରିଥାଏ । ଏହି ଛକରୁ ଟ୍ରକ ଗୁଡ଼ିକ ତାଳଚେର ସହର ମଧ୍ୟ ଦେଇ ପବିତ୍ର ମୋହନ ଛକ, ବହ୍ଲରଛକ ଦେଇ ମୁଖ୍ୟ ରାସ୍ତା ବଅଁରପାଳ ବାହାରି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ଏଥିମଧ୍ୟରୁ ଶହଶହ କୋଇଲା ଟ୍ରକ ନିର୍ଦ୍ଦିଷ୍ଟ ଏହି ଜାତୀୟ ରାଜପଥ କଡ଼ରେ ରହିଥିବା ଡ଼ିଜେଲ ପକାଇବାକୁ ତେଲଟାଙ୍କି ସମ୍ମୁଖରେ ଲମ୍ବା ଲାଇନ୍ ଅହରହ ଦେଖିବାକୁ ମିଳିଥାଏ । ଫଳରେ ଏହି ଜାତୀୟ ରାଜପଥରେ ଯାଉଥିବା ଅନ୍ୟାନ୍ୟ ଗାଡ଼ି ଚଳାଚଳରେ ନାହିଁ ନଥିବା ଟ୍ରାଫିକ୍ ଜାମରେ ଘଂଟାଘଂଟା ଧରି ଫସି ରହିଥାନ୍ତି । ଏପରିକି, ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଗାଡ଼ି, ସ୍କୁଲ ବସ୍ ଯିବା ଦୂରର କଥା ହୋଇଥିବା ବେଳେ ଏପରିକି, ଦୁଇ ଚକିଆ ଯାନ ଚଳାଚଳ କରିବାକୁ କଷ୍ଟକର ହୋଇପଡ଼ିଥାଏ । ପୁନଶ୍ଚ ଟ୍ରାଫିକ୍ ଅବସ୍ଥା ବିପର୍ଯ୍ୟସ୍ତକୁ ନେଇ ପ୍ରାୟ ଦୈନନ୍ଦିନ ଏହି ଜାତୀୟ ରାଜପଥରେ ମୃତାହତ ସଂଖ୍ୟା ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ରାସ୍ତା ଅବରୋଧ କରିଥିବା ଭାରୀଯାନ ଗୁଡ଼ିକୁ କିଛି ଦିନ ଧରି ସତର୍କବାଣୀ ଶୁଣାଇଥିଲେ । ଫଳ କିଛି ନମିଳିବାରୁ ଏହାପରେ ଘଂଟାଘଂଟା ଧରି ରାସ୍ତା ଅବରୋଧ କରୁଥିବା ଟ୍ରକ ଗୁଡ଼ିକରୁ ଆଖିବୁଝା ତାଳଚେର ପରିବହନ ବିଭାଗ ଓ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯାଇଥିଲା । ଦୀର୍ଘ କିଛି ଦିନ ରାସ୍ତାକୁ ଅବରୋଧ ନକରି ଟ୍ରକ ଠିଆ ହୋଇଥିବା ଦେଖିବାକୁ ମିଳିନଥିଲା । ଫଳରେ ଲୋକମାନେ ଯାତାୟତ କରିବା ଏକ ଆଶ୍ୱସ୍ତି ପାଇଥିଲେ । ତେବେ ପ୍ରଶାସନ ମହଲରେ କ’ଣ ହେଲା କେଜାଣି ଏହି କଟକଣାକୁ କାର୍ଯ୍ୟକରି କରୁନଥିବା ସେହି ପୂର୍ବଅବସ୍ଥା ଦେଖା ଦେଇଥିଲା ବୋଲି ଅଭିଯୋଗ ହେଉଛି ।
