ଜମନକିରା,୨୬/୧୦ ବୁଧୁବାର ଜମନକିରା ବ୍ଲକ ଭୋଜପୁର ବି ଆର ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧୧ ଟା ସମୟରେ ଭିଜିଲାନ୍ସ ଦିବସ ଏବଂ ସ୍ବେଛାସେବୀ ପ୍ରସ୍ୱୋହନ ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ମହାକୁଲ ଙ୍କ ସଭାପତିତ୍ବରେ ଏହି ଦିବସ ଅତି ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ କୁଟୁରାଚୁଆ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ସତ୍ୟନାରାୟଣ ପଟେଲ, ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ମୁଖ୍ୟ ମାରିଆନ୍ସ ବିଲୁଙ୍ଗ ସମ୍ମାନିତ ଅତିଥି ଓ ସମ୍ବଲପୁର ଏଲ ଏଇ ସି ୨ ମଣ୍ଡଳ ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟାପକ ସଭାକୁ ପରିଚାଳନା କରିଥିବା ବେଳେ ଯୁବ ସ୍ବେଛାସେବୀ ସମ୍ଭୁନାଥ ସାହୁ ଓ ମାନସ ଦେହୁରୀ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟତଃ ଏହି ସଭାରେ ଦୁର୍ନିତି ମୁକ୍ତ ଏବଂ ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନ କରିବା ପାଇଁ ଓ ଛାତ୍ରଛାତ୍ରମାନଙ୍କୁ ସ୍ବେଛାସେବୀ ମୋନୋବୃତି ଜାଗ୍ରତ କରିବା ପାଇଁ ପ୍ରୋତ୍ସାହନ ମଧ୍ଯ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍କର୍ମକର୍ତା ଉପସ୍ଥିତ ରହିଥିଲେ।
