ଦୀପାବଳୀ ମହୋତ୍ସବ ୨୪ ଅକ୍ଟୋବର ରେ ପାଳନ କରାଯିବ l ଦୀପାବଳୀ ଦିନ ସନ୍ଧ୍ୟାରେ ମାତା ଲକ୍ଷ୍ମୀ, ଭଗବାନ ଗଣେଶ ଓ କୁବେର ଙ୍କୁ ପୂଜା କରାଯାଇ ଥାଏ l ମାନ୍ୟତା ରହିଛି ଯେ ଦୀପାବଳୀ ଦିନ ମାତା ଲକ୍ଷ୍ମୀ ତାଙ୍କ ଭକ୍ତଙ୍କ ଘର ପରିକ୍ରମା କରି ଥାଆନ୍ତି l ଶାସ୍ତ୍ରର ମାନ୍ୟତା ଅନୁସାରେ ଦୀପାବଳୀ ଦିନ ରାଶି ଅନୁସାରେ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
ରାଶି ଅନୁସାରେ ଲକ୍ଷ୍ମୀ ପୂଜନ -:
ମେଷ – ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ, ଏହି ରାଶିର ବ୍ୟକ୍ତି ମା ଲକ୍ଷ୍ମୀଙ୍କ ନିକଟରେ ନାଲି ରଙ୍ଗର ପଦ୍ମ ଅର୍ପଣ କରିବା ଶୁଭ ଅଟେ l ଏହାଛଡା ଲକ୍ଷ୍ମୀ ଙ୍କ ପୂଜା ସମୟରେ ଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଆବଶ୍ୟକ l ଏହାଛଡା ହନୁମାନ ଙ୍କୁ ପୂଜା କରିବା ମଧ୍ୟ ଅଶୁଭ ଅଟେ l
ବୃଷ ରାଶି – ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି l ଏହି ରାଶିର ବ୍ୟକ୍ତି ପୂଜା ସମୟରେ ଓଂ ମହାଲଖ୍ମୈ ନମଃ ମନ୍ତ୍ର ଜପ କରିବା ଜରୁରୀ l
ମିଥୁନ ରାଶି – ମିଥୁନ ରାଶିର ସ୍ୱାମୀ ବୁଢ଼ା ଦେବ ଅଟନ୍ତି l ଏହି ରାଶିର ବ୍ୟକ୍ତି ଦୀପାବଳୀ ଦିନ ଲକ୍ଷ୍ମୀ ଓ ଗଣେଶ ଙ୍କ ନିକଟରେ ମୋଦକ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ l
କର୍କଟ ରାଶି – ଚନ୍ଦ୍ରମା କର୍କଟ ରାଶିର ସ୍ୱାମୀ ଅଟନ୍ତି l ଏହି ରାଶିର ବ୍ୟକ୍ତି ଲକ୍ଷ୍ମୀ ପୂଜାରେ ପଦ୍ମ ଅର୍ପଣ କରିବା ଜରୁରୀ l ଏହାଦ୍ୱାରା ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ l
ସିଂହ ରାଶି – ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଅଟନ୍ତି । ଏହି ରାଶିର ଲୋକେ ଦୀପାବଳୀ ଦିନ ସଫା ଚୌକି ଉପରେ ଭଗବାନ୍ ଗଣେଶ ଓ ମାତା ଲକ୍ଷ୍ମୀ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ ।
କନ୍ୟା ରାଶି – କନ୍ୟା ରାଶି ବ୍ୟକ୍ତି ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ପଦ୍ମ ଫୁଲ ଅର୍ପଣ କରିବା ଉଚିତ୍ ।
ତୁଳା ରାଶି – ଏହି ରାଶିର ସ୍ବାମୀ ଗ୍ରହ ଶୁକ୍ର । ତେଣୁ ଏହି ବ୍ୟକ୍ତି ମାନେ ଲକ୍ଷ୍ମୀ ଙ୍କୁ ହଳଦିଆ ବସ୍ତ୍ର ଓ ହଳଦୀ ଖଣ୍ଡ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।
ବିଛା ରାଶି – ବିଛା ରାଶିର ସ୍ବାମୀ ଗ୍ରହ ମଙ୍ଗଳ ଅଟନ୍ତି । ଏହି ଲୋକ ର ବ୍ୟକ୍ତି ଲକ୍ଷ୍ମୀ ଙ୍କ ନିକଟରେ ସିନ୍ଦୂର ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ସୁଖ ସମୃଦ୍ଧି ଆସିଥାଏ ।
ଧନୁ ରାଶି – ଧନୁ ରାଶି ର ସ୍ବାମୀ ବୃହସ୍ପତି ଅଟନ୍ତି । ତେଣୁ ଏହି ରାଶିର ବ୍ୟକ୍ତି ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଧଳା ପୁଷ୍ପ, ଧଳା ବସ୍ତ୍ର , ଦୁଗ୍ଧ ପ୍ରସାଦ ଭାବରେ ଅର୍ପଣ କରିବା ଉଚିତ୍ ।
ମକର ରାଶି – ଶନି ଗ୍ରହ ମକର ରାଶିର ସ୍ବାମୀ ଗ୍ରହ ଅଟନ୍ତି । ଏହି ରାଶିର ବ୍ୟକ୍ତି ଶନି ଦେବଙ୍କ ପୂଜା ଦୀପାବଳୀ ରେ କରିବା ଉଚିତ୍ ।
କୁମ୍ଭ ରାଶି – କୁମ୍ଭ ରାଶି ର ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଏହିଦିନ ରୂପା ଜିନିଷ ଅର୍ପଣ କରିବା ଉଚିତ୍ ।
ମୀନ ରାଶି – ମୀନ ରାଶି ସ୍ବାମୀ ଗ୍ରହ ବୃହସ୍ପତି । ଏହି ରାଶି ର ବ୍ୟକ୍ତି ଏହିଦିନ ନାଲି ଓଢଣା ଅର୍ପଣ କରିବା ଉଚିତ୍
