Odisha news

ଅଁଳା ନବମୀ ପ୍ରସ୍ତୁତି ବୈଠକ

0
ସାକ୍ଷୀଗୋପାଳ ତା ଆସନ୍ତା  ନଭେମ୍ବର ମାସ  ୨ ତାରିଖ ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି l   ପବିତ୍ର ଅଁଳା ନବମୀ l ଏହି ପବିତ୍ର ଅବସରରେ ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିରରେ  ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ  ଅନୁଷ୍ଠିତ ହେବ l ସେହିପରି  ୪ ତାରିଖ ପବିତ୍ର ବଡ଼ ଏକାଦଶୀ l  ଏହି ପବିତ୍ର ଅବସରରେ  ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ  ମନ୍ଦିରରେ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ।
 ଆଜି ଅପରାହ୍ନରେ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ପରିସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ   ପ୍ରଥମ ସମନ୍ୱୟ  ବୈଠକ ଅନୁଷ୍ଠିତ ହୋଇଥିଲା ।
 ଦୁଇ ବର୍ଷର  ବ୍ୟବଧାନ ପରେ ପ୍ରଶାସନ ତରଫରୁ ନିର୍ମିତ ବ୍ୟାରିକେଡ଼ ମଧ୍ୟରେ  ଧାଡିରେ ଯାଇ  ଭକ୍ତ ମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।  ତେବେ ଭକ୍ତ ମାନଙ୍କ ସମାଗମ ବୃଦ୍ଧିକୁ  ଦୃଷ୍ଟିରେ ରଖି  ଶାନ୍ତି ଶୃଙ୍ଖଳାର  ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଆଲୋଚନା ଅନୁଷ୍ଠିତ ହୋଇଥିଲା l  ପାନୀୟ ଜଳ ଯୋଗାଣ , ରାସ୍ତା ମରାମତି , ଆଲୋକିକରଣ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ ମନ୍ଦିରରେ ଫୁଲ ଓ ଆଲୋକ ସଜ୍ଜା କରାଯିବା ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ  ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା  , ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ  ଲୋଚନ ଦାସ୍, ପିପିଲି ଏସଡିଓ ଦେବଦତ୍ତ  ବରାଳ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ,ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା,
 ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦଙ୍କ  ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Nalco
Leave A Reply