ଟାମୋଟା ଆମ ରୋଷେଇ ଘରର ଚିର ପରିଚିତ ପରିବା ଟିଏ l ଆମିଷ ହେଉ କି ନିରାମିଷ ଆମେ ସମସ୍ତେ ତରକାରୀ କରିବା ସମୟରେ ପ୍ରାୟ ଟମାଟୋ ଖୋଜି ଥାଉ l ଏହି ଟମାଟୋ ଯେତିକି ସୁଆଦିଆ ସେତିକି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର l ଟମାଟୋ ରେ ରହିଛି ଭିଟାମିନ -ଏ , ଭିଟାମିନ – ସି, ଫାଇବର, ଫୋଲେଟ ଓ କ୍ୟାଲସିୟମ ଭଳି ଅନେକ ଗୁଣକାରୀ ତତ୍ୱ ସହିତ ମିନେରାଲଷ ମଧ୍ୟ ରହିଛି, ଯାହାକି ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ l
ତେବେ ଆସନ୍ତୁ ଜାଣିବା ଟମାଟୋ ଜୁସ ପିଇବାର ଲାଭ ବିଷୟରେ -:
– ଟମାଟୋ ରେ ଥିବା ଇନସେଲ୍ୟୁବୁଲ ଫାଇବର ଶରୀର ର ଫ୍ୟାଟ କୁ ବର୍ଣ କରିବାରେ ସାହାଯ୍ୟ କରିଥାଏ, ସେଥିପାଇଁ ଓଜନ କମାଇବା ପାଇଁ ଏହାର ଜୁସ ନିୟମିତ ସେବନ କରିବା ଖୁବ ହିତକର l
– ଟମାଟୋ ରେ ଭିଟାମିନ କେ ଓ ଲାଇକୋପିନ ନାମକ ତତ୍ୱ ମିଳିଥାଏ, ଯାହାକି ଇମ୍ୟୁନିଟି କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ, ତେଣୁ ନିୟମିତ ଗୋଟିଏ କଞ୍ଚା ଟମାଟୋ ନିହାତି ସେବନ କରିବା ଜରୁରୀ l
– ଟମାଟୋ ରେ ଅନେକ ମାତ୍ରାରେ ନେଚୁରାଲ ଆଣ୍ଟି ଏଜିଙ୍ଗ ତତ୍ୱ ଓ କେରୋଟନାଇଡ୍ସ ରହିଛି l ତେଣୁ ଟମାଟୋ ଜୁସ ବର୍ଦ୍ଧିତ ଆୟୁ ଉପରେ ରୋକ ଲଗାଇବା ଭଳି ତ୍ୱଚାର କୁଞ୍ଚନ କୁ ଦୂର କରିଥାଏ l ତେଣୁ ନିୟମିତ ଟମାଟୋ ଜୁସ ନିହାତି ସେବନ କରିବା ଆବଶ୍ୟକ l
– ଟମାଟୋ ଜୁସ ବ୍ରଣ, ଶୁଷ୍କ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ l ଏହାର ରସକୁ ସେବନ କରିବା ସହିତ ଏହାର ଖଦଡ଼ ଅଂଶ କୁ ଫେସ ପ୍ୟାକ ଭାବରେ ତ୍ୱଚାରେ ଲଗାଇ ପାରିବେ l
– ଟମାଟୋ ରେ ଥିବା ଲାଇକୋପିନ ମହିଳା ମାନଙ୍କ ଖୁବ ହିତକର l ଏହି ତତ୍ୱ ମେନୋପୋଜ ସମୟରେ ଖୁବ ହିତକର ଅଟେ l ଏହି ତତ୍ୱ ମେନୋପୋଜ ପରେ ବଢୁଥିବା ଷ୍ଟ୍ରେସ, ଚିନ୍ତା ଓ ଅବସାଦ କୁ ଦୂର କରିବାରେ ସାହାଯ୍ୟ କରିଥାଏ l
– ଟମାଟୋ ରେ ଥିବା କେରୋଟିନ, ପୋଟାସିୟମ, ଭିଟାମିନ ସି, ଫ୍ଲାବୋନଏଡ, ଫୋଲଟ ଓ ଭିଟାମିନ ଇ ଭଳି ତତ୍ୱ ମଧୁମେହ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ହିତକର l
– ଟମାଟୋ ଜୁସ ରେ ରହିଛି ଭିଟାମିନ ସି l ଏହାକୁ ନୀତିଦିନ ସେବନ କରିବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ l ତେଣୁ ପ୍ରତି ଆୟୁ ବର୍ଗ ଙ୍କ ପାଇଁ ଟମାଟୋ ରସ ଖୁବ ହିତକର l
