ବଣାଇ,୧୪/୧୦ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ ପୁରୁଣାପଣି ପଞ୍ଚାୟତ ନୂଆଗାଁ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି।ସୂଚନା ଅନୁଯାୟୀ ନୂଆଗାଁ ଗ୍ରାମର ସ୍ବର୍ଗତ ଫତୁ କିଷାନ ର ପୁଅ ଯୋଗେନ୍ଦ୍ର କିଷାନ(୪୮) ସେହି ଗ୍ରାମର ଯାୟିତ୍ରୀ କିଷାନ(୪୨)ସହିତ ଅନୈତିକ ସମ୍ପର୍କ ଥିଲା ।ଯୋଗେନ୍ଦ୍ର କିଷାନ ଜଣେ ବିବାହିତ ପୁରୁଷ। ସ୍ତ୍ରୀ ଦୁଇଟି ଝିଅ ଗୋଟିଏ ପୁଅ ଥିଲେ ମଧ୍ୟ ସମ୍ପର୍କୀୟ ଝିଆରୀ ଯାୟିତ୍ରୀ କିଷାନ ସହିତ ତାର ଅନୈତିକ ପ୍ରେମ ସମ୍ପର୍କ ଥିଲା।ଏନେଇ ଗ୍ରାମର ସରଗୁ କିଷାନ ବିରୋଧ କରିବାରୁ ଯୋଗେନ୍ଦ୍ର କିଷାନ ଓ ତାର ପୁଅ ପ୍ରଦୀପ କିଷାନ ସରଗୁ କିଷାନ କୁ ରକ୍ତାକ୍ତ ଆକ୍ରମଣ କରିଥିଲେ ବୋଲି ଥାନାରେ ଗତ ୫ ତାରିଖ ଦିନ ଅଭିଯୋଗ ହୋଇଥିଲା। ପୁଲିସ ସରଗୁ କିଷାନ କୁ ଚିକିତ୍ସା କରାଇବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଏହି ଘଟଣା ର ମାତ୍ର ୬ ଦିନ ପରେ ଆଜି ଅପରାହ୍ନ ରେ ଯୋଗେନ୍ଦ୍ର କିଷାନ ଓ ଯାୟିତ୍ରୀ କିଷାନ ର ମୃତ ଦେହ ଏକ ପୋଖରୀ ନିକଟରୁ ପୁଲିସ ଉଦ୍ଧାର କରିବା ସହିତ ପାଖରେ ପଡିଥିବା ଦୁଇଟି ବିଷ ବୋତଲ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।ଶବ ଦୁଇଟି କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।
