Odisha news

ଗବେଷକ ଙ୍କ ମତରେ ସ୍ମାର୍ଟ ଫୋନ ଆମକୁ ରୋଗ ଗ୍ରସ୍ତ କରାଉଛି ଓ ସ୍ମାର୍ଟ ଫୋନ ପାଇଁ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ଏଭଳି ଦୂରେଇ ରୁହନ୍ତୁ

0

ସ୍ମାର୍ଟ ଫୋନ କେବେ ଆମର ଆବଶ୍ୟକୀୟ ସାମଗ୍ରୀ ମାନଙ୍କ ମଧ୍ୟରୁ ଗୋଟିଏ ହୋଇଗଲା ଏହା ଆମେ ଜାଣି ନାହୁଁ l ଆଜିର ମାନବ ସମାଜ ଏକୁଟିଆ ଥାଉ କିମ୍ବା ଗହଳି ମଧ୍ୟରେ ଥାଉ କିନ୍ତୁ ସ୍ମାର୍ଟ ଫୋନ ତାର ଗୋଟିଏ ବଡ ସାଥି ହୋଇଯାଇଛି l କିନ୍ତୁ ଗବେଷକ ଙ୍କ ମତରେ ସ୍ମାର୍ଟ ଫୋନ ମାନସିକ ଓ ଶାରୀରିକ ଭାବରେ ମଣିଷକୁ ରୋଗୀଣା କରି ଦେଉଛି l ବିଶେଷ ଭାବରେ ଏହା ଡିପ୍ରେସନ ଓ ଚିନ୍ତାର କାରଣ ହୋଇ ଯାଇଛି l

– ଯେଉଁ ସ୍ମାର୍ଟ ଫୋନ ଆପଣଙ୍କୁ ଏକୁଟିଆ ସମୟରେ ସାଙ୍ଗ ଦେଉଛି ସେହି ସ୍ମାର୍ଟ ଫୋନ ପୁଣି ଆପଣଙ୍କୁ ସବୁ ଥାଇ ଓ ସମସ୍ତେ ଥାଇ ମଧ୍ୟ ଏକୁଟିଆ ହୋଇଯାଏ ଏବଂ ମାନସିକ ଅବସାଦ ର କାରଣ ହୋଇଥାଏ l

– ଯେଉଁ ସ୍ମାର୍ଟ ଫୋନ କୁ ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ସହିତ ରଖିଥାଉ ସେହି ସ୍ମାର୍ଟ ଫୋନ ଆଜିର ତାରିଖରେ ଆମକୁ ନିଜ ଲୋକଙ୍କ ନିକଟରୁ ଦୁରେଇ ଦେଉଛି l ଆମେ ଖାଇବା ଟେବୁଲ ରେ ନିଜ ଲୋକଙ୍କ ସହିତ ସମୟ ଅତିବାହିତ କରିବା ବଦଳରେ ସ୍ମାର୍ଟ ଫୋନ ରେ ସମୟ ଅତିବାହିତ କରୁଛୁ l

– ଆଗରୁ ଲୋକମାନେ ଦୁଃଖସୁଖ ବାଣ୍ଟିବା ପାଇଁ ନିଜର ଆତ୍ମୀୟ ସ୍ୱଜନ ଙ୍କୁ ଖୋଜୁଥିଲେ କିନ୍ତୁ ଆଜି ତାହା ଆଉ ଦେଖିବାକୁ ମିଳୁନାହିଁ l ଯାହାଦ୍ୱାରା ମାନସିକ ଚାପ କୁ କାହାରି ସହିତ ବାଣ୍ଟି ନପାରି  ଆତ୍ମହତ୍ୟା କୁ ଆପଣାଇ ଥାଆନ୍ତି l

– ଆଜିକାଲି ସ୍ମାର୍ଟ ଫୋନ ନିଦ୍ରା ହୀନତାର ଶିକାର କରାଉଛି l ଯେଉଁ କାରଣରୁ ମଣିଷ ମନ ବିଚଳିତ ହେଉଛି ଓ ସେ ରାତି ଅନିଦ୍ରା ହୋଇ ସେହି ଫୋନ ରେ ନିଜକୁ ନିୟୋଜିତ କରି ଥାଆନ୍ତି l ଏହାଦ୍ୱାରା ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ ପ୍ରଭାବିତ ହେଉଛି l

କିପରି ପାଇବେ ଏହିସବୁ ଅସୁବିଧାରୁ ମୁକ୍ତି -:
– ସର୍ବ ପ୍ରଥମେ ନିଜ ଫୋନ ର ସମସ୍ତ ନୋଟିଫିକେସନ ବନ୍ଦ କରନ୍ତୁ l

– ଶୋଇବା ସମୟରେ ହେଉ କିମ୍ବା କାମ କରିବା ସମୟରେ ନିଜ ଫୋନ କୁ ନିଜ ନିକଟରୁ ଦୂରେଇ ରଖନ୍ତୁ l

– ସୋସିଆଲ ମିଡ଼ିଆ ର ଖୁବ କମ ବ୍ୟବହାର କରନ୍ତୁ, ଫୋନ ବଦଳରେ କମ୍ପ୍ୟୁଟର ରେ କରିବା ଉଚିତ l

– ଫେସ ଅନଲକ ଓ ଫିଙ୍ଗର ଲକ ବଦଳରେ ଲମ୍ବା ପାସୱାର୍ଡ଼ ପକାନ୍ତୁ l

– ନୂତନ ସ୍ମାର୍ଟ ଫୋନ ଲଞ୍ଚ ହେବା ମାତ୍ରକେ ସେହି ରେସ ରେ ରୁହନ୍ତୁ ନାହିଁ l

Nalco
Leave A Reply