ସେଂଟ୍ରାଲ୍ କଲୋନୀ କନ୍ଭେୟର ଠାରୁ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ମରାମତି ଦାବୀରେ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ
ତାଳଚେର ତା ୧୦/୧୦ ତାଳଚେର ବ୍ଲକ ସେଂଟ୍ରାଲ୍ କଲୋନୀ କନ୍ଭେୟର ଠାରୁ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ମରାମତି ଦାବୀରେ ବିଜେପି ଜିଲ୍ଲା ଉପସଭାପତି ଇଂ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ ଦୈନନ୍ଦିନ ଯାତାୟତ କରୁଥିବା ଜନସାଧାରଣ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏହି ରାସ୍ତା ଦେଇ ଦୈନିକ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଏବଂ ଗାଡିମଟର ଯାତାୟତ କରୁଅଛି । ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ କୋଇଲା ଖଣି କର୍ମଚାରୀ ସମେତ ବହୁ ଗ୍ରାମବାସୀ ଯାତାୟତ କରିଥାନ୍ତି । କୋଇଲା ଖଣି କର୍ତୃପକ୍ଷ ଏହାକୁ ମରାମତି କରୁନଥିବାରୁ ରାସ୍ତାରେ ପାଣି ଜମି ବଡ ବଡ ଖାଲ ସୃଷ୍ଟି ହେଉଛି । ସେହି ଅନୁସାରେ ଦୈନନ୍ଦିନ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ସଠିକ୍ ସମୟରେ କାର୍ଯ୍ୟରେ ପହଂଚି ପାରୁ ନାହାନ୍ତି । ଆଗାମୀ ୭ ଦିନ ମଧ୍ୟରେ ତୁରନ୍ତ ରାସ୍ତା ମରାମତି କରାନଗଲେ ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରୀଯୁକ୍ତ ପ୍ରଧାନ ଚେତାବନୀ ଦେଇଛନ୍ତି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ତୁଷାର କୁମାର ସାହୁ, ହର୍ଷ ବେହେରା, ପରେଶ ପାଲ, ସୁଜିତ୍ ପଲେଇ, ନକୁଳ ନାଏକଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ସେହିଭଳି ଏହି ରାସ୍ତା ଉପରେ ବାରମ୍ବାର ଗଣମାଧ୍ୟମରେ ପ୍ରଚାରି ହେବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ସ୍ଥାନୀୟ ପ୍ରଶାସନ, କୋଇଲା ଖଣି କର୍ତୁପକ୍ଷ ଏବଂ ଜିଲ୍ଳା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉଝନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।
