Odisha news

ନୀତିଶାସ୍ତ୍ର : ଜୀବନରେ କଦାପି ଏହି ୩ପ୍ରକାର ଲୋକଙ୍କୁ ଦୟା କରିବା ଉଚିତ ନୁହେଁ

0

ମଣିଷ ଜୀବନ ନୀତିଶାସ୍ତ୍ରରେ ବନ୍ଧା l କାରଣ ନୀତିଶାସ୍ତ୍ର ଆମ ଜୀବନକୁ ନୂତନ ଦିଗ ଦେଖାଇ ଥାଏ l ଯାହାଦ୍ୱାରା ଆମେ ଜୀବନ ରେ କଣ କରିବା ଉଚିତ କଣ ନକରିବା ଉଚିତ ସେହି ବିଷୟରେ ଠିକ ଭାବରେ ଜାଣି ପାରିଥାଉ l ମଣିଷ ସ୍ୱଭାବରେ ହେଉଛି ଦୟାଵାନ l ସେ କଦାପି କାହାର ଦୁଃଖ ଦେଖିପାରେ ନାହିଁ l କିନ୍ତୁ ନୀତିଶାସ୍ତ୍ର କହୁଛି ଯେ ଏଭଳି ତିନିପ୍ରକାର ମଣିଷ ରହିଛନ୍ତି ଯାହାଙ୍କୁ କଦାପି ଦୟା ଦେଖାଇବା ଉଚିତ ନୁହେଁ l

ସେମାନେ ହେଲେ -:
* ଶାସ୍ତ୍ର କହୁଛି ଯେ ଦୁଷ୍ଟ ସ୍ୱଭାବର ସ୍ତ୍ରୀ କିମ୍ବା ପୁରୁଷ, ଚରିତ୍ର ହିନା ମହିଳା କିମ୍ବା ପୁରୁଷ ଓ ଅନ୍ୟର ଅପମାନ କରୁଥିବା ବ୍ୟକ୍ତି କୁ କଡା[ପି ଜୀବନରେ ସାହାଯ୍ୟ ବା ଦୟା କରିବା ଉଚିତ ନୁହେଁ l ଏଭଳି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ହେଉଛି ଆପଣଙ୍କ ଜୀବନ କୁ ବିପଦ ରେ ପକାଇବା ସହିତ ସମାନ l ଏଭଳି ବ୍ୟକ୍ତିତ୍ୱ କୌଣସି ବିଷଧର ସାପ ଠାରୁ ମଧ୍ୟ କମ ନୁହନ୍ତି l

* ଶାସ୍ତ୍ର କହୁଛି ମୁର୍ଖକୁ ଉପଦେଶ ଦେବା, ସମ୍ପୂର୍ଣ ଭାବରେ ନିଜର ସମୟ ନଷ୍ଟ ସହିତ ସମାନ l ମୂର୍ଖକୁ କୌଣସି କଥା ସଠିକ ଭାବରେ ଜ୍ଞାନ ଦେବା କଷ୍ଟକର l ମୂର୍ଖ ସହିତ କୌଣସି କଥାକୁ ନେଇ ଆଲୋଚନା କରିବା ଦ୍ୱାରା ମାନସିକ ଚାପ ବୃଦ୍ଧି ପାଇଥାଏ l ତେଣୁ ଜୀବନ ରେ ମୂର୍ଖ ବ୍ୟକ୍ତି ଠାରୁ ସର୍ବଦା ଦୁରେଇ ରହିବା ଜରୁରୀ ଅଟେ l

* କୌଣସି ବ୍ୟକ୍ତି ଯଦି ସର୍ବଦା ନିଜର ମନକୁ କଷ୍ଟ ଦେଇ ସନ୍ତାପ ରେ ରହୁଛି ଓ ଜୀବନ ରେ ଉନ୍ନତି କରିବାକୁ ଇଛୁକ ନୁହେଁ , ସେଭଳି ବ୍ୟକ୍ତି କଦାପି ଜୀବନ ରେ ଆପଣଙ୍କୁ କୌଣସି ପ୍ରକାର ଶାନ୍ତି ଦେଇ ପାରିବ ନାହିଁ l ଏଭଳି ବ୍ୟକ୍ତି ନିକଟରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ l ଏହାଦ୍ୱାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିବ l ତେଣୁ ଏଭଳି ବ୍ୟକ୍ତି ନିକଟରୁ ଦୂରେଇ ରୁହନ୍ତୁ l

Leave A Reply