ଭଞ୍ଜନଗର,୨୯/୯- ଏହି ବ୍ଳକ ଅଧିନ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବୟକୁ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶୈକ୍ଷିକ ତାଲିମ ଓ ଗବେଷଣା ଅନୁଷ୍ଠାନ ବା ଡି.ଆଇ.ଇ.ଟି ର ଦୁଇ ପ୍ରମୁଖ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ ଏବଂ ଜୟନ୍ତୀ ବେହେରା ପରିଦର୍ଶନ କରିଛନ୍ତି ା ଏହି ସମୟରେ ସେମାନେ କ୍ଳାସ ରୁମ ଟିଚିଙ୍ଗ ସହ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ, ଇନୋଭେଟିଭ ପ୍ଡାଗୋଜିକାଲ ପ୍ରକଟସ ଆଦି ବିଷୟରେ ମନିଟରିଂ କରିଥଲେ ା ଉଭୟ ବିଦ୍ୟାଳୟର ଶିଶୁ ପ୍ରିୟ ପରିବେଶ ଦେଖି ଖୁସି ବ୍ୟକ୍ତ କରିବା ସହ ପିଲାମାନଙ୍କୁ ବିଭିନ୍ନ ସକ୍ରିୟାତ୍ମକ କାର୍ଯ୍ୟ କରାଇଥଲେ ା ପରେ ବ୍ଳକର ଷୋହଳ ଜଣ ସି.ଆର୍.ସି.ସି ମାନଙ୍କୁ ନେଇ ଏକ ରିଭ୍ୟୁ ମିଟିଂ କରିଥିଲେ ା ଏଥିରେ ଶିକ୍ଷକ ପର୍ବ ଅଧିନରେ ଚାଲିଥିବା ଡେମୋ କ୍ଳାସ ପ୍ରସ୍ତୁତି, ସି.ଆର୍.ସି.ସି ଙ୍କ କ୍ଳାସ ରୁମ ଅବଜରଭେସନ ଏବଂ ଶିକ୍ଷକଙ୍କ ଦ୍ବାରା ହାଇ କ୍ବଲିଟି କୁଶ୍ଚିନ ବ୍ୟାଙ୍କ ପ୍ରସ୍ତୁତି ଭଳି କିଛି ପେଡାଗୋଜିକାଲ ସପୋଟ ବିଷୟ ଆଲୋଚନା କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସି.ଟି ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ସୁରେଶ୍ବର ଶାହା ଙ୍କ ସମେତ ସି.ଆର୍.ସି.ସି ବିଭୁ ପ୍ରସାଦ ମହାପାତ୍ର,ସନ୍ତୋଷ କୁମାର ସାହୁ,ତ୍ରିନାଥ ବେହେରା, ମୋହନ ସାହୁ,ଭଗବାନ ଭୂୟାଁ,ଆଦିକନ୍ଦ ଗୌଡ,ମନୋଜ ଗୌଡ,ସୁନିଲ ପାଣି , ଦେବୀ ପ୍ରସାଦ ଦାସ,ରାଘବ ନାୟକ, ସୁରେନ୍ଦ୍ର ପ୍ରଧାନ, ବୃନ୍ଦାବନ ସେଠୀ, ନାରାୟଣ ମହାପାତ୍ର, ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥଲେ