Odisha news

୮୦ତମ ଶହୀଦ୍ ଦିବସ ପାଳିତ

0

ଅସୁରାଳି,ତା୨୨/୯ : ଭାରତୀୟ ମୁକ୍ତି ସଂଗ୍ରାମରେ ସଂଘଠିତ ୧୯୪୨ ମସିହା ସେପ୍ଟମ୍ବର ୨୨ ତାରିଖ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ୮୦ତମ ସହିଦ୍ ଦିବସ ଆଜି ଧାମନଗର ବ୍ଳକର ସହିଦ୍ ନଗର ଠାରେ ପାଳିତ ହୋଇଯାଇଛି । ସହିଦ୍ ସ୍ମୃତିରକ୍ଷା କମିଟି ପକ୍ଷରୁ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା । ସହିଦ୍ ନଗର ହାଇସ୍କୁଲ ପରିସରରୁ ସ୍ମୃତିରକ୍ଷା କମିଟିର କର୍ମକର୍ତ୍ତା, ଆଂଚଳିକ ଜନସାଧାରଣ ଏବଂ ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ସହିଦ୍ ସ୍ମୃତି ସ୍ତମ୍ଭ ନିକଟରେ ପହଂଚି ଥିଲେ । ପଣ୍ଡିତ ନିରଞ୍ଜନ ସେନାପତିଙ୍କ ଦ୍ୱାରା ନବରନô ସହିଦ୍ ସଂଗ୍ରାମୀଙ୍କ ଉଦେ୍ଦଶ୍ୟରେ କବି ପୋଖରୀରେ ସମୂହ ତିଳତର୍ପଣ କରାଯାଇଥିଲା । ପରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ମହେଶ୍ୱର ମହାଳିକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣଜିତ ସିଂ ମୀନାଙ୍କ ନେତୃତ୍ୱରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସହିଦ୍ ସ୍ମୃତିରକ୍ଷା କମିଟିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ସଂଯୋଜନାରେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ରାଜ୍ୟ ପରିଷଦ ସଭ୍ୟ ବଦ୍ରିନାରାୟଣ ଧଳ, ବରିଷ୍ଠ ନେତା ଅଶୋକ ପୁହାଣ, ମନୋଜ ମଲ୍ଲିକ, ଦେବେନ୍ଦ୍ର ପୁହାଣ, ରଞ୍ଜିତା ସ୍ୱାଇଁ, ସାଧାରଣ ସମ୍ପାଦକ ଗୟାଧର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ, ସରପଂଚ ମହେଶ୍ୱତା ମହାଳିକ, ସଂଜୀବ ବେହେରା,ସରୋଜ ସ୍ୱାଇଁ,ସୂରଜ ସାହୁ,ବସନ୍ତ ରାଉତ,ଶ୍ରୀକାନ୍ତ ନାୟକ,ସତ୍ୟନାରାୟଣ ପଣ୍ଡା,ଦେବାଶିଷ ନାୟକ,ବୁଦ୍ଧିରାମ ସାହୁ,ପ୍ରମୋଦ ଦାସ,ରବି ପଣ୍ଡା,ସାଇ ଶରଣ ବେହେରା,ଅଜୟ ବଳ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜୁ ଜନତା ଦଳ ପକ୍ଷରୁ ସାଂସଦ ମଞ୍ଜୁଲତା ମଣ୍ଡଳ,ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ,ମୁକ୍ତିକାନ୍ତ ମଣ୍ଡଳ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ,ଜିଲ୍ଲା ପରିଷଦ ଉପାଧକ୍ଷ ଟୁନି ବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ବରିଷ୍ଠ ନେତା ରଘୁନାଥ ଲେଙ୍କା, ନାରାୟଣ ସାହୁ,ରାମଚନ୍ଦ୍ର ସାହୁ,ସୁଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଂଗ୍ରେସ ପକ୍ଷରୁ ପୁର୍ବତନ ସାଂସଦ ମୁରଲୀଧର ଜେନା,ବ୍ଲକ କଂଗ୍ରେସ କମିଟି ସଭାପତି ଅଭିଷେକ ରାଉତ,ନାରାୟଣ ପାଢୀ,ଦେବେନ୍ଦ୍ର ମହାନ୍ତି,ପ୍ରଦୀପ୍ତ ଦାସ,ଅଜୟ ମହାନ୍ତି,ରବିନ୍ଦ୍ର ନାୟକ,ଅର୍ଜୁନ ମୁଦୁଲି,ଶ୍ରୀକାନ୍ତ ପଣ୍ଡା, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସିପିଆଇ ଏମ୍ ପକ୍ଷରୁ ଚନ୍ଦ୍ରଶେଖର ନାୟକ,ରମେଶ ସାହୁ ରମାକାନ୍ତ ମହାଳିକ ଏଥିରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ,ବୈଲୋଚନ ଜେନା,ତ୍ୟାଗଭୂମିର ସଭାପତି ଅଜୟ ନାୟକ,ଗାନ୍ଧୀ ଓଡିଶା ବାଳାଶ୍ରମ ସମ୍ପାଦକ ଅଶୋକ ଦାସଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ପିଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସହିଦ୍ ସ୍ମୃତି କମିଟି ସଭାପତି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁଁ କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ଆୟୋଜନ କରାଯାଇଥିଲା ।

Nalco
Leave A Reply