Odisha news

ଗଞ୍ଜାମ ମହାବିଦ୍ୟାଳୟରେ ମହାତ୍ମାଗାନ୍ଧୀ ଙ୍କ 153 ତମ ଜୟନ୍ତୀ ଅବସରରେ ବିଶିଷ୍ଟ ପାଠଚକ୍ର

0
ଗଞ୍ଜାମ :  ଗଞ୍ଜାମ ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧି ଙ୍କ 153 ତମ ଜୟନ୍ତୀ ଅବସରରେ ବିଶିଷ୍ଟ ପାଠ ଚକ୍ର କଲେଜ ଅଡ଼ିଟୋରିୟମ ହଲରେ ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଡ଼ ପ୍ରବୀଣ କୁମାର ନନ୍ଦ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣ ଙ୍କ ପ୍ରେସ ସଚିବ ସତ୍ୟନାରାୟଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱରାଜ ଆନ୍ଦୋଳନ ସମୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସେତେବେଳ ମାନବ ସମାଜ ପାଇଁ ଯେଉଁ ସବୁ ବାର୍ତ୍ତା ରହିଥିଲା ତାହାକୁ ଛାତ୍ରଛାତ୍ରୀ ଙ୍କ ଆଗରେ ଉପସ୍ଥାପନ କରିଥିଲେ l ସେଥି ମଧ୍ୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ମହିଳା ମାନେ ଆଗକୁ ବଢିବା, ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା, କୁଟୀର ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭର ଶୀଳ ହେବା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l
ଶୁଦ୍ଧ ଜଳ, ବାୟୁ ଓ ସଶ୍ୟ ଉପରେ ମହାତ୍ମା ଗାନ୍ଧୀ ଗୁରୁତ୍ୱ ଦେଇ ସୁସ୍ଥ ମାନବ ସମାଜ ଗଠନ ନେଇ ଗୁରୁତ୍ୱାରୋପ କରୁଥିଲେ l ବିଶ୍ୱ ସମୁଦାୟରେ ହିଂସାତ୍ମକ ବିଭୀଷିକା ସମୟରେ ମହାତ୍ମା ଗାନ୍ଧିଙ୍କ ଅହିଂସା ଆନ୍ଦୋଳନ ବିଶ୍ବ ରେ ବିରଳ ବୋଲି  ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ l ସେହି ପରି 1977 ମସିହାରେ ଗଞ୍ଜାମ ସହରଟି ପଞ୍ଚାୟତ ରହିଥିବା ବେଳେ ସ୍ଥାନୀୟ ପଞ୍ଚାୟତ ବାସୀ ଜୟଶ୍ରୀ କେମିକାଲ ପ୍ରତିଷ୍ଠାକୁ ନେଇ ବିରୋଧ କରିବା ସହ ବାୟୁ, ଜଳ ଓ ମାଟି ପ୍ରଦ୍ୟୁଷଣ ଆଶଙ୍କା କରି କମ୍ପାନୀ ବନ୍ଦ କରିବା ନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାର ଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l ଏ ସବୁ ପ୍ରସଙ୍ଗ କୁ ନେଇ ଆଲୋଚନା ହୋଇଥିଲା l
 ରାଜନୀତି ବିଜ୍ଞାନ ବିଭାଗିୟ ମୁଖ୍ୟ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ  l ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପକା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଗାନ୍ଧିଜୀ ଙ୍କ ସମ୍ପର୍କରେ
ବିଭିନ୍ନ ପ୍ରଶ୍ନ ରଖିଥିଲେ l
Leave A Reply