ବାରଙ୍ଗ : ଭୁଲ ସୂଚନା ପାଇଁ ଦୀର୍ଘ ୪ ଘଣ୍ଟା କାଳ ଝାଳ ନାଳ ହେଲେ ପୋଲିସ ଆଉ ଅଗ୍ନିସମୟ ର କର୍ମଚାରୀ । ହେଲେ ଯୁବକ ବାହାରିଲେ ବରମୁଣ୍ଡା ରୁ । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା ଗୋଡିସାହି ଫାଣ୍ଡି ଅଞ୍ଚଳ ରୁ । ମଣ୍ଡଳୀ ବ୍ରିଜି ଉପରେ ସ୍କୁଟି କୁ ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ଭାବିଥିଲେ କେହି ବୋଧେ ଏଠି ଗାଡ଼ି ରଖି ବ୍ରିଜ୍ ଉପରୁ ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଛି । ଏମିତି ଭାବିବା ବି ସ୍ୱାଭାବିକ କାରଣ ଏଥି ସପ୍ତାହ ପୁର୍ବରୁ ମଧ୍ୟ ବ୍ରିଜ ଉପରେ ଗାଡ଼ି ରଖି ଜଣେ ଯୁବକ ଆତ୍ମହତ୍ୟା କରିଥିଲା । ତେବେ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ ନ କରି ସ୍ଥାନୀୟ ଲୋକେ ଗୋଡିସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ଖବର ଜଣାଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ଉଭୟ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ।
ହେଲେ ଦୀର୍ଘ ୪ ଘଣ୍ଟା କାଳ ଝାଳ ନାଳ ହୋଇ ଖୋଜା ଖୋଜି କରିଥିଲେ ମଧ୍ୟ କାହାର ପତ୍ତା ପାଇଁ ନଥିଲେ । କିନ୍ତୁ ଗାଡ଼ି ଥୋଇଥିବା ବ୍ୟକି ଜଣକ ବରମୁଣ୍ଡା ରେ ଥିବା ଜଣାପଡିଥିଲା । ସୂଚନା ଯୋଗ୍ୟ ଯେ , ସୋମବାର ରାତିରେ ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ଓ ଚପଲ ରଖି ନିଖୋଜ ହୋଇଯାଇଥିଲେ । ସ୍କୁଟି ଥୋଇ କେହି ନଦୀକୁ ଡେଇଁ ପଡ଼ିଥିବା ଆଶଙ୍କାରେ ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ସ୍ଥାନୀୟ ଲୋକ ଜଣାଇଥିଲେ । ହେଲେ ନଦୀକୁ କେହି ଡେଇଁନଥିଲେ, ପରନ୍ତୁ ସ୍କୁଟି ଥୋଇ ଯୁବକ ଜଣକ ପଳାଇଥିଲେ ।ଯୁବକ ଜଣକ ହେଲେ ଅନୁଗୁଳ ସିମିଳିପଡ଼ାର ରଘୁରଞ୍ଜନ ମହାପାତ୍ର । ଶେଷରେ ଯୁବକ କୁ ଠାବ କଲା ବାରଙ୍ଗ ପୋଲିସ । ସ୍କୁଟି ଖରାପ ହେବାରୁ ଗାଡ଼ି ଥୋଇ ପଳାଇଥିବା କହିଛନ୍ତି ସଂପୃକ୍ତ ଯୁବକ ।
ସେ କହିଛନ୍ତି ’ଘରେ ଟିକିଏ କଳିଝଗଡ଼ା ପାଇଁ ଘରୁ ପଳାଇ ଆସିଥିଲି । ଗୋଟିଏ ଥରରେ ମୁଣ୍ଡଳୀ ବ୍ରିଜ୍ ପାଖରେ ପହଞ୍ଚିଥିଲି । ହେଲେ ରାତିରେ ଯିବା ସମୟରେ ବ୍ରିଜ୍ ଉପରେ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ଅନ୍ଧାରରେ ଗାଡ଼ି ଥୋଇଲେ କାଳେ କେହି ନେଇଯିବ ଭାବି ଆଲୋକ ପଡ଼ିଥିବା ସ୍ଥାନରେ ଗାଡ଼ି ଥୋଇ ଦେଇଥିଲି । ଏପଟ ଲୋକ ସେପଟ ଲୋକ ଦେଖିଲେ କେହି ନେବେନି । ତା’ପରେ ଗ୍ୟାରେଜ୍ ଖୋଜିବା ପାଇଁ ବ୍ରିଜରେ ଗାଡ଼ି ଥୋଇ ଏକ ଟ୍ରକରେ ବରମୁଣ୍ଡା ପଳାଇଥିଲେ । ଶ୍ୱଶୁର ଘର ଲୋକଙ୍କୁ ଫୋନ୍ କରିଥିଲି କିନ୍ତୁ ତାଙ୍କ ଫୋନ୍ ସ୍ୱିଚ୍ ଆପ୍ ହୋଇଯାଇଥିଲା । ତା’ପରେ ମୁଁ ଶୋଇ ପଡ଼ିଥିଲି । ’
ସେପଟେ ଯୁବକ ଜଣକ ବରମୁଣ୍ଡା ଯାଇ ଶୋଇ ପଡ଼ିଥିବା ବେଳେ ବ୍ରିଜ୍ ଉପରେ ସ୍କୁଟି ଦେଖି କେହି ଜଣେ ଡେଇଁଥିବା ଆଶଙ୍କା କରିଥିଲା ପୋଲିସ । ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀରେ ଝାଳନାଳ ହୋଇ ଯାଇଥିଲେ ଅଗ୍ନିଶମ ଟିମ୍ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ତାଙ୍କ ପରିବାର ଲୋକେ ରଘୁନାଥଙ୍କ ସହ ଯୋଗାଯୋଗ କରିଥିଲେ।ଖବର ପାଇ ଯୁବକ ଜଣକ ବରମୁଣ୍ଡାରୁ ଆସି ପୂର୍ବାହ୍ନରେ ଗୋଡିସାହି ଫାଣ୍ଡିରେ ପହଞ୍ଚିଥିଲେ।
