Odisha news

ବିବାହ ପରେ କାହିଁକି ମହିଳା ମାନେ ହୋଇ ଥାଆନ୍ତି ମେଦ ବହୁଳତା ର ଶିକାର

0

ବିବାହ ପରେ ଆମେ ପ୍ରାୟ ଦେଖିବାକୁ ପାଇଥାଉ ଅଧିକାଂଶ ମହିଳା ମେଦବହୁଳତା ର ଶିକାର ହୋଇ ଥାଆନ୍ତି l ଏହା ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ସଣ କରିଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ବିବାହର ୫ବର୍ଷ ମଧ୍ୟରେ ପାଖାପାଖି ୮୨ ପ୍ରତିଶତ ଦମ୍ପତି ଙ୍କ ଓଜନ ୫ରୁ୧୦ କିଲୋ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ l ଏଥିରେ ଅଧିକ ସଂଖ୍ୟା ମହିଳାଙ୍କର ରହିଛି l ଏହି ଗବେଷଣାରେ ଦେଖିବାକୁ ମିଳିଥିଲା ଯେ ମହିଳାଙ୍କ ଓଜନ ତାଙ୍କ ସ୍ୱାମୀଙ୍କ ଓଜନ ଠାରୁ ଅଧିକ ବଢିଥିଲା l ଆସନ୍ତୁ ଜାଣିବା କାହିଁକି ମହିଳା ମାନଙ୍କ ଓଜନ  ବିବାହ ପରେ ବୃଦ୍ଧି ହୋଇଥାଏ l

– ବିବାହପରେ ଝିଅମାନେ ନିଜର ଫିଟନେସ କୁ ଧ୍ୟାନ ଦେଇ ନଥାଆନ୍ତି l ସେମାନଙ୍କୁ ଶ୍ୱଶୁର ଘର ଲୋକ କିମ୍ବା ସ୍ୱାମୀଙ୍କ ଇଛାରେ ରହିବାକୁ ପଡିଥାଏ l ଯେଉଁଥିରେ ସେମାନଙ୍କ ଫିଟ୍ନେସ ରୁଟିନ ମଧ୍ୟ ରହିଥାଏ l ଯେଉଁ କାରଣରୁ ସେମାନେ ନିଜ ପାଇଁ ସମୟ ମଧ୍ୟ ବାହାର କରି ପାରନ୍ତି ନାହିଁ l

– ବିବାହ ପରେ ଝିଅମାନେ ଅଧିକ ଷ୍ଟ୍ରେସ ର ସମୁଖୀନ ହୋଇ ଥାଆନ୍ତି l ଯାହାଦ୍ୱାରା ସେମାନେ ଓଜନ ବୃଦ୍ଧିର ଶିକାର ହୋଇ ଥାଆନ୍ତି l ଷ୍ଟ୍ରେସ ମଣିଷକୁ ଅଳସୁଆ କରିଦେଇ ଥାଏ ଓ ଓଜନ ବୃଦ୍ଧିର ଶିକାର କରାଇଥାଏ l

– ବିବାହ ପରେ ସେକ୍ସ କାରଣରୁ ଦୈନନ୍ଦିନ ଜୀବନରେ ଶରୀର ମଧ୍ୟରେ କିଛିନା କିଛି ଅସୁବିଧା ଲକ୍ଷ କରିବାକୁ ପଡିଥାଏ l ଯେଉଁ କାରଣରୁ ଓଜନ ବୃଦ୍ଧି ହୋଇଥାଏ l ଏହାଛଡା ମହିଳାମାନେ ଗର୍ଭ ନିରୋଧକ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ l ହର୍ମୋନ ଇମ୍ ବାଲାନ୍ସ ମଧ୍ୟ ମହିଳା ମାନଙ୍କ ଓଜନ ବୃଦ୍ଧିର କାରଣ l

Nalco
Leave A Reply