Odisha news

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍କୁଲ ମାନଙ୍କରେ ଥିବା ଆଇନ୍ ସ୍ୱାକ୍ଷରତା କ୍ଲବ ବା ଷ୍ଟୁଡେଣ୍ଟ ଲିଗାଲ ଲିଟେରାସୀ କ୍ଲବ ର ସଦସ୍ୟ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଏବଂ ଦୌରା ଜଜ୍ ଅରବିନ୍ଦ ପଟ୍ଟନାୟକ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ଭାବେ ସ୍ୱତନ୍ତ୍ର କୋର୍ଟ(ପୋକସୋ) ସୁମିତା ଜେନା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଶିବାନୀ, ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ଆଶିଷ କୁମାର ପରିଚ୍ଛା ଓ ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍ ଅପୂର୍ବା ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠିତ ହୋଇଥିବା କ୍ଷୁଦ୍ର ନାଟକ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗୀତା ପାଇଁ ସ୍ୱତନ୍ତ୍ର କୋର୍ଟ(ପୋକସୋ) ସୁମିତା ଜେନା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ, ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍ ଅପୂର୍ବା ଚୌଧୁରୀ, ଆଇନଜୀବି ତାପସ କୁମାର ଦତ୍ତ ଓ ରାଜକିଶୋର ମହାନ୍ତ ପ୍ରମୁଖ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ଏଥିରେ ଭାଗନେଇଥିବା ବିଭିନ୍ନ ଆଇନ୍ ସ୍ୱାକ୍ଷରତା କ୍ଲବ ମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ କ୍ଷୁଦ୍ର ନାଟକ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁରର ଜୟନ୍ତ କୁମାର ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ସ୍ୱାତୀ ସୁରଭି ସୁତାର ଦ୍ୱିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁରର ମଧୁସ୍ମିତା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗୀତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁରର ଶ୍ରଦ୍ଧା ରାଣୀ ମଣ୍ଡଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ରିକ୍ଷୀକା ଦାସ ଦ୍ୱିତୀୟ ଓ ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଲିପ୍ସା ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ବକ୍ତୃତା ପ୍ରତିଯୋଗୀତାରେ ଓଡିଶା ଅଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁରର ଅଭିଜିତ୍ ଘୋଷ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ସ୍ୱାଭିମାନ ପଣ୍ଡା ଦ୍ୱିତୀୟ ଓ ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜିଜ୍ଞାସା ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଶବିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସବୋ ପ୍ରାଧିକରଣ ଦ୍ୱାରା ପରିଚାଳନା କରାଯାଇଥିଲା ।

Nalco
Leave A Reply