Odisha news

ଯୁବକ ସମାଜସେବୀ ମିଶି ରାମେଶ୍ୱର ଠାରେ ପାଳିଲେ ଆଜାଦି କି ଅମୃତ ମହୋତ୍ସବ।

0

ନିରାକାରପୁର,୧୨/୮:  ସାରାଦେଶ ସ୍ୱାଧୀନତାର75ବର୍ଷ ପୂର୍ତ୍ତି ଅବସରରେ ଆଜାଦ କି ଅମୃତ ମହୋସ୍ଛବ ପାଳନ କରୁଥିବା ବେଳେ ଆଜି ଖୋର୍ଧାଜିଲ୍ଲାର କେତେକ ଯୁବକ,ଛାତ୍ର ଓ ସମାଜସେବୀ ମିଶି ରାମେଶ୍ୱର ଠାରେ ପାଳିଲେ ଅମୃତ ମହୋତ୍ସବ।ଯୁବ ସଂଗଠକ ସତ୍ୟନାରାୟଣ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ସମାଜସେବୀ ବିଶ୍ୱଜିତ ରାଉତରାୟ,ଭବାନୀ ପଟ୍ଟନାୟକ, କାର୍ତ୍ତିକ ସାମନ୍ତରାୟ, ରଂଜନ କୁମାର ଦାଶ,ବିନାୟକ ବେହେରା ସୁନୀଲ ପ୍ରମୁଖଙ୍କ ସହିତବୁଦ୍ଧିଜୀବୀ ଓ ଛାତ୍ର ଯୁବକମାନେ ଏକ ଶୋଭାଯାତ୍ରାରେ ଜାତୀୟ ପତାକା ଧରି ଜାତୀୟତା ବୋଧ ନାରା ଦେଇ ରାମେଶ୍ୱର ଛକରୁ ବାହାରି ମଲାଣୁଣି ନଦୀ କୂଳରେ ଥିବା ରାମେଶ୍ୱର ପାହାଡ ଉପରକୁ ଯାଇ ଜାତୀୟ ପତାକା ଉଡାଇଥିଲେ।

Nalco
Leave A Reply