Odisha news

ନିର୍ମାଣଧିନ ପୋଲ ନିକଟରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

0

ବାରିପଦା  : ବାରିପଦା ଉପକଣ୍ଠ ସ୍ଥିତ ବୁଢାବଳଙ୍ଗ ନଦୀର ନିର୍ମାଣଧିନ ପୋଲ ନିକଟରେ ୱାର୍ଡ ନଂ-୭, ୮ ଓ ୯ ଅଞ୍ଚଳର ଶତାଧିକ ଅଞ୍ଚଳବାସୀ ଏକତ୍ରିତ ହୋଇ ସେମାନଙ୍କର ଦାବୀ ପୂରଣ ପାଇଁ ବିକ୍ଷୋଭ କରିଛନ୍ତି । ଅଞ୍ଚଳବାସୀ ଅଭିଯୋଗ ଅନୁଯାୟୀ ସେମାନେ ଦୀର୍ଘ ୫୦ବର୍ଷ ଧରି ଏହି ଅଞ୍ଚଳରେ ରହି ଆସୁଥିବାବେଳେ ସରକାରୀ ସର୍ଭେ ଅନୁସାରେ ୨୯୦ଘର ଉଚ୍ଛେଦ ହେବ । କିନ୍ତୁ ବେସରକାରୀ ଖବର ଅନୁଯାୟୀ ୧୦୦୦ ରୁ ଅଧିକ ଘର ଏହି ରିଙ୍ଗ୍ରୋଡ ମଧ୍ୟରେ ଲୀନ ହେବ । ପୂର୍ବରୁ ନୂତନ ପୋଲ୍ ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ୨୪ଟି ଘର ଦୀର୍ଘ ୨ବର୍ଷରୁ ଉଦ୍ଧ୍ୱର୍ ହେବ ବାସହରା ହୋଇ ରହିଛନ୍ତି ।

ସେଥିପାଇଁ ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣ ଜନସାଧାରଣ ଗ୍ରହଣ କରିପାରୁନାହାଁନ୍ତି । ଏହି କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୭ କାଉନ୍ସିଲର ପ୍ରଶାନ୍ତ ବେହେରା ଯୋଗଦେଇ ପ୍ରଥମେ ସରକାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉ ବୋଲି ସୂଚନା ଦେଇଛନ୍ତି । ଯାହାଫଳରେ ରିଙ୍ଗ୍ରୋଡ ହେବ କିନ୍ତୁ ଅଞ୍ଚଳବାସୀ ବାସହରା ହେବେ ନାହିଁ । ଆଗାମୀ ଦିନରେ ଉଚ୍ଛେଦ ପୂର୍ବରୁ ଜନସାଧାରଣଙ୍କ ହୀତକୁ ଦୃଷ୍ଟି ଦିଆନଯାଏ ତେବେ ଅଞ୍ଚଳବାସୀ ଆନେ୍ଦାଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଝରଣା ପ୍ରଧାନ, କବିତା ମହାନ୍ତି, ସବିତା ଦାସ, ରୀନା ଭଞ୍ଜ, ରବିନ୍ଦ୍ର ଦଳେଇ, ଗୋପାଳ ମହାନ୍ତି, ବିନୋଦ ସାହୁ, ରାକେଶ ପୃଷ୍ଟି, ସୋମନାଥ ଦାସ, ବିନୋଦ ଜେନା ପ୍ରମୁଖଙ୍କ ସହ ବହୁ ୱାର୍ଡବାସୀ ଉପସ୍ଥିତ ଥିଲେ ।

Leave A Reply