ବାଲେଶ୍ୱର-୦୮/୦୮ : ସ୍ୱାଧିନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ଏକ ବୃଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରାଧ୍ୟାପକ ଡ. ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତାଭାବେ ଯୋଗଦେଇ ଭାରତୀୟ ସ୍ୱାଧିନତା ଆନେ୍ଦାଳନର ପୂର୍ଣ୍ଣ ବିବରଣୀ ସହ ଅନେକ ବଳିଦାନୀଙ୍କ ଲୁପ୍ତ ବଳୀଦାନ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଯୋଗଦେଇ ସ୍ୱାଧିନତାର ଉତ୍ସବକୁ କେବଳ ଅଗଷ୍ଟ ୧୫ ତାରିଖରେ ପାଳନ ନକରି ପ୍ରତିଦିନ ନିଜ ମନଭିତରେ ଅନୁଭବ କରି ଦେଶକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଆଡ଼କୁ ନେଇଯିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂଯୋଜକ ମନିନ୍ଦ୍ର ସୁନ୍ଦର ଦାସ ସାରାଜିଲ୍ଲାରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ରମାକାନ୍ତ ଜେନା ମଂଚ ପରି·ଳନା କରିଥିବା ବେଳେ ରମେଚନ୍ଦ୍ର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ