ବାଲେଶ୍ୱର-୦୮/୦୮ : ରମେଶ ଚନ୍ଦ୍ର ବେହେରା ସ୍ମୃତି କମିଟି ପକ୍ଷରୁ ତାଙ୍କର ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଓ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ସିମୁଳିଆ ବ୍ଲକ ମୈତାପୁର ପଞ୍ଚାୟତର ସିମୁଳିଆ ହୋଟେଲ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ ଫିତାକାଟି ଉଦ୍ଘାଟନ କରିଥିଲେ । ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଭାଜପା ନେତା ନୀଳମାଧବ ପଣ୍ଡା, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ପ୍ରମୁଖ ରକ୍ତଦାତା ମାନଙ୍କୁ ତ୍ରିରଙ୍ଗା ଉପହାର ଦେଇ ମନୋବଳ ବଢାଇଥିଲେ ।
ଏହି ଶିବିରରେ ୧୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଭଦ୍ରକ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଥିଲା । ପରେ ସ୍ୱର୍ଗତ ବେହେରାଙ୍କ ସ୍ମୃତି·ରଣ ସଭା ରୟାଲ ସ୍କୁଲର ଅଧ୍ୟକ୍ଷ ପଦ୍ମଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଣ୍ଡରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ବୋଇତି, ଶିକ୍ଷାବିତ୍ ବିମ୍ବାଧର ମହାପାତ୍ର, ପୂର୍ବତନ ବିଧାୟକ ନରେନ ପଲେଇ, ବ୍ଳକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି·ରଣ କରିଥିଲେ ।
ସ୍ୱର୍ଗତ ବେହେରାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସିମୁଳିଆ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ସନ୍ଦିପ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମାଜସେବୀ ଲକ୍ଷ୍ମୀଧର ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ । ସ୍ୱାଧିନତାର ୭୫ବର୍ଷ ପାଳନ ଅବସରରେ ରୟାଲ ସ୍କୁଲ ଭଦ୍ରକର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହାତରେ ତ୍ରିରଙ୍ଗା ଧରି ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇ ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବିନାଶ ବେହେରା,ଚନ୍ଦ୍ରଶେଖର ବେହେରା, ଅଭୟ ବେହେରା,ବିଜୟ ବେହେରା,ଅମୀୟ ବେହେରା, ଇପ୍ସିତା ପ୍ରଧାନ,ଦୌପଦୀ ମଲ୍ଲିକ,ଇଲା ବେହେରା, ନିର୍ମାଲ୍ୟ ମହାକୁଡ଼ ଓ ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ପରିବାର ବର୍ଗ ସହଯୋଗ କରିଥିଲେ ।