Odisha news

ବିଜେପି ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

0

ବାରିପଦା  : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବାରିପଦା ସ୍ଥିତ ଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ବାରମ୍ବାର ମୋଦି ସରକାର ର ଇଙ୍ଗିତରେ ଇଡି ସମନ କରି କଂଗ୍ରେସ ଦଳକୁ ବଦନାମ କରିବା ସହିତ ଆକ୍ରୋଶ ମୂଳକ ଓ ଉଦେ୍ଦଶ୍ୟ ପ୍ରଣୋଦିତ ରାଜନୀତି କରିବା ବିରୋଧରେ ଦିବା ୧୦ଘଣ୍ଟା ଠାରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଅଛି । କଂଗ୍ରେସ ସଭାନେତ୍ରୀଙ୍କୁ ହଟହଟା କରି କଂଗ୍ରେସ ଦଳକୁ ଦୁର୍ବଳ କରିବା ପାଇଁ ମୋଦି ସରକାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହା ନିନ୍ଦନୀୟ ।

ଏହି ସତ୍ୟାଗ୍ରହରେ ପୂର୍ବତନ ଏମପି ସୁଶ୍ରୀ ସୁଶିଳା ତିରିଆ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଅଶୋକ ଅଧିକାରୀ, ଭୂବନ ବିହାରୀ ସାହୁ, ଅରବିନ୍ଦ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ, ମାଇନରିଟି ସେଲ୍ ସଭାପତି ଶେଖ୍ ରକିମ୍, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଓବିସି ସେଲ୍ର ସ୍ୱାଗନ ଦାସ, ଶିବାନନ୍ଦ ଦାସ, ନାରୀନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର, ଇନ୍ଦୁମତି ନାଏକ, ଗୋସେଇଁ ମହାନ୍ତ, ଭବାନୀ ଶଙ୍କର ସାହୁ, କାର୍ତ୍ତିକ ମହାନ୍ତ, ଶେଖ୍ ରଫିକ୍, ଶେଖ ସଲିମ, ଅଖିଳ ନାଏକ, ଛୋଟରାୟ ନାଏକ, ଲାଲନ ସିହ୍ନା, ନଳୀନି ବିଶ୍ୱାଳ, ନିର୍ମଳ ପ୍ରଧାନ ଓ ତୃପ୍ତିରାଣୀ ପ୍ରଦାନ ପ୍ରମୁଖ ଯୋଗ ଦେଇଥିଲେ ।

Nalco
Leave A Reply