ତାଳଚେର ତା ୨୬/୦୭ ତାଳଚେର ସ୍ଥିତ ଟିଏଫଏଲ ପ୍ଲାଂଟ ପରିଦର୍ଶନରେ ରାଷ୍ରିୟ କେମିକାଲ ଓ ଫର୍ଟିଲାଇଜର (ସିଏମଡ଼ି) ଆସିଏଫର ଅଧ୍ୟକ୍ଷ ଏସ ମୁଦଗରିକର, ପିଓଆଇଡ଼ିଏଲ ସିଏମଡ଼ି ସୁଶ୍ରୀ ଅପର୍ଣ୍ଣ ଏସ୍ ଶର୍ମା, କୋଲଇଣ୍ଡିଆ ନିର୍ବାହୀ ଅଧିକାରୀ ଡ଼ଃ ଏକେ ସାମନ୍ତରାୟ, ଆରସିଏଫ ବିତ ନିର୍ଦ୍ଦେଶକ ଏନଜେ ସେକ୍, ବୈଷୌକ ନିର୍ଦ୍ଦେଶକ ଏମଏମ ଦେଓ, ତାଳଚେର ସାରକାରଖାନାର ପରିଚାଳନା ନିର୍ଦ୍ଦେଶକ ଏସଏମ ଯାଦବ, ଆରସିଏଫର ପ୍ରକଳ୍ପ ଉଦେଷ୍ଟା ଏସପି ଗୌଡ଼ ଏବଂ ନିର୍ଦ୍ଦେଶକ ସଞ୍ଜୟ ଆରୋରା ପ୍ରମୁଖ ଦିନିକିଆ ଗସ୍ତରେ ଆସି ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ ।
ଦେଶର ପ୍ରମୁଖ କୋଇଲା ଭିତିକ ଓ ଗ୍ୟାସ୍ ଆଧାରିତ ତାଳଚେର ସାରକାରଖାନା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ସମ୍ପୂର୍ଣ୍ଣ ହେଲେ ଭାରତ ବର୍ଷର ୟୁରିଆ ସାର ଆବଶ୍ୟକତାକୁ ଆତ୍ମ ନିର୍ଭର କରିବାରେ ସହାୟକ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ମୁଦଗରି ସୂଚନା ଦେଇଛନ୍ତି । ତାଳଚେର ସାରକାରଖାନାକୁ ଗେଲଇଣ୍ଡିଆ, କୋଲଇଣ୍ଡିଆ, ରାଷିି୍ରୟ ଫର୍ଟିଲାଇଜର (ଆରସିଏଫ) ଏଫସିଆ ଲିମିଟେଡ଼୍ ପ୍ଲାଂଟର ବିଭିନ୍ନ ୟୁନିଟ୍ ନିର୍ମାଣ କାର୍ଯ୍ୟ କରିଛନ୍ତି ।
ଏହି ପ୍ରକଳ୍ପ ୨୦୨୪ ସେପ୍ଟମ୍ବର ୧୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଯୋଜନା ରହିଛି ଏବଂ ସେହି ଅନୁଯାୟୀ ନିର୍ମାଣ କାର୍ଯ୍ୟ ଦୃତଗତିରେ ବୃଦ୍ଧି ପାଇଛି । ଏହି ପ୍ରତିନିଧି ମଣ୍ଡଳୀ ଏଠାରେ ପଂହଚିବା ପରେ କେନ୍ଦ୍ରୀୟ ଶିଳ୍ପ ନିରାପତା ସଂସ୍ଥା ପକ୍ଷରୁ ଆରସିଏଫର ଅଧ୍ୟକ୍ଷକଙ୍କୁ ଗାର୍ଡ଼ଅଫ ଅର୍ନର ଦିଆଯାଇଥିଲା । ସେମାନେ ପ୍ରଥମେ ପ୍ଲାଂଟର ମଡ଼େଲ ଦେଖିବାପରେ ସମ୍ମିଳନୀ କକ୍ଷରେ ପ୍ଲାଂଟ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପ ଅଗ୍ରଗତି ନିର୍ମାଣ ପାଇଁ ଉପକରଣ, ବୈଷୟିକ ସହାୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କୋଲ ଗ୍ୟାସିଫିକେସନ୍, ଆମୋନିଆ, ୟୁରିଆ ପ୍ଲାଂଟ, ଷ୍ଟିମ୍ଜେନେରେସନ୍, କୁଲିଙ୍ଗ ଟାୱାର, ଆମୋନିଆ ଷ୍ଟୋରେଜ, ଜଳଗଚ୍ଛିତ ସ୍ଥାନ, ରେଳ ଲାଇନ୍, ପାଣିପାଇପ୍ ଲାଇନ ସହ ପମ୍ପହାଉସ୍ ଅଂଚଳ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ତାଳଚେର ସାରକାରଖାନାର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ଉପସ୍ଥିତ ଥିଲେ ।
