Odisha news

କୋଲେଷ୍ଟ୍ରଲ କମାଇବା ସହିତ ଇମ୍ୟୁନିଟି ବୃଦ୍ଧି କରିଥାଏ ସୁଧ ସୋରିଷ ତେଲ, ଧାର୍ମିକ ମହତ୍ୱ ମଧ୍ୟ ରଖିଥାଏ

0

ଭାରତୀୟ ରୋଷେଇ ଘରେ ସୋରିଷତେଲ ର ଖୁବ ଚାହିଦା l ସୋରିଷ ତେଲ ଭାରତୀୟ ସଂସ୍କୃତିରେ ଅନେକ ପୁରୁଣା କାଳରୁ ରହିଛି l ରୋଷେଇ ରେ ବ୍ୟବହାର ହେବା ସହ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ l ସୁଧ ସୋରିଷ ତେଲ ର ଗୋଟିଏ ବଡ ଗୁଣ କୋଲେଷ୍ଟ୍ରଲ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଶରୀରରେ ମାଲିସ କରିବା ଦ୍ୱାରା ହାଡ଼ ଜନିତ ସମସ୍ୟା ଦୂର ହୋଇଥାଏ l

– ସୋରିଷର ଉତ୍ପତି ଭାରତ, ଆଫଗାନିସ୍ଥାନ, ତାଜାକିସ୍ଥାନ ଓ ଉଜବେକିସ୍ଥାନ ରୁ ହୋଇଛି l କିନ୍ତୁ ଭାରତୀୟ ପରମ୍ପରା ରେ ଏହାର ଚାହିଦା ଖୁବ ବେଶୀ ରହିଛି l ଯନ୍ତ୍ରଣା ନାଶକ ଭାବରେ ସୋରିଷ ତେଲର ବ୍ୟବହାର ପାଶ୍ଚାତ୍ୟ ସଭାତର କରାଯାଇଥାଏ l ସୋରିଷତେଲ କୁ ମାଲିସ କରିବା ଦ୍ୱାରା ଶରୀରର ଯନ୍ତ୍ରଣା କମ ହେବା ସହିତ ହାଡ଼ ମଜବୁତ ହୋଇଥାଏ l

– ସୋରିଷ ତେଲ ତ୍ୱଚାରେ ମାଲିସ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l ଯେଉଁ କାରଣରୁ ଦୀର୍ଘ ଦିନ ଧରି ତ୍ୱଚା ଯୌବନ ଭଳି ରହିଥାଏ l

– ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ସେବନ କରିବା ଦ୍ୱାରା ସହଜରେ ହଜମ ହୋଇଥାଏ l ପାଚନ ସ୍ଥିତିକୁ ଠିକ ରଖିଥାଏ ସୁଧ ସୋରିଷ ତେଲ l

– ବର୍ଦ୍ଧିତ ଓଜନ ରେ ରୋକ ଲଗାଇଥାଏ ସୋରିଷତେଲ , ଏହାକୁ ଆପଣ ଭୋଜନ ରେ ସାମିଲ କରିବା ସହିତ ମାଲିସ ପାଇଁ ପ୍ରୟୋଗ କଲେ ଶରୀରର ଚର୍ବି ହ୍ରାସ ହୋଇଥାଏ l

– ଆସ୍ଥମା ରୋଗୀ ମାନଙ୍କର ଶ୍ୱାସ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ ସୋରିଷତେଲ l ଶ୍ୱାସ ରୋଗୀମାନେ ନିୟମିତ ସୋରିଷ ତେଲ ମାଲିସ କରିବା ଦ୍ୱାରା ଶ୍ୱାସ ଠିକ ହୋଇଥାଏ l ଏହାଛଡା ଥଣ୍ଡା ରୋଗରୁ ଆରାମ ଦେଇଥାଏ ସୋରିଷ ତେଲ l

Nalco
Leave A Reply