ଦଶପଲ୍ଲା୧୩/୭ : ବୁଧବାର ମଧ୍ୟାହ୍ନ ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ନିକଟରେ ଏକ ବାଇକ ସହ କାର ମୁଁହା ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି ।
ମୃତ ବାଇକ ଚାଳକ ଙ୍କ ନାମ ହାଡି ବନ୍ଧୁ ପରିଡା ଓ ତାଙ୍କ ଘର ସ୍ଥାନୀୟ ମଧ୍ୟଖଣ୍ଡ ମର୍ଦାବାଡି ସାହିରେ ବୋଲି ଜଣା ପଡ଼ିଛି । ଘଟଣା ରୁ ଜଣା ଯାଏ ଜେ କାରଟି ନୟାଗଡ ପଟୁ ଦଶପଲ୍ଲା ଅଭି ମୁଖେ ଆସିଥିବା ବେଳେ ଖମାର୍ ସାହି ନିକଟରେ ଅପର ପାଶ୍ୱରୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ର ମୃତ୍ୟୁ ହୋଇଥିଲା ।
ଦଶପଲ୍ଲା ଦମକଳ ବାହିନୀ ବାଇକ ଚାଳକ ଙ୍କୁ ଉଧାର କରି ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଉଭୟ କାର ଓ ବାଇକ କୁ ଜବତ କରିଥିବା ବେଳେ କାର ଟି ବାଣିଗୋଛା ଅଂଚଳ ବୋଲି ଜଣା ପଡ଼ିଛି । ମାତ୍ର ଏହି ଘଟଣାରେ କାର ଡ୍ରାଇଭର ଫେରାର ଅଛି । ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି।
