Odisha news

ଭାରତୀୟ ବ୍ୟଞ୍ଜନ ର ସ୍ଵାଦ ବଢ଼ାଇବା ସହିତ ବିଭିନ୍ନ ରୋଗ ଠାରୁ ଦୂରେଇ ରଖିଥାଏ ଏହି ପତ୍ର

0
ଭୃଷୁଙ୍ଗା ପତ୍ର ଖାଦ୍ୟର ସ୍ୱାଦ ବଢାଇବା ସହିତ ଶରୀର ପାଇଁ ମଧ୍ୟ ଖୁବ ଉପଯୋଗୀ ଅଟେ l କାରଣ ଭୃଷୁଙ୍ଗା ପତ୍ରରେ ଆଇରନ, କ୍ୟାଲସିୟମ, ଫସଫରସ, ଭିଟାମିନ ସି ଓ ଏ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ l ଭୃଷୁଙ୍ଗା ପତ୍ରକୁ ଅନେକ ପ୍ରକାର ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l
* ଭୃଷୁଙ୍ଗା ପତ୍ର ମୋଟାପଣ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ମୋଟାପା ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସକାଳୁ ଭୃଷୁଙ୍ଗା ପତ୍ର କୁ ପାଣିରେ ଫୁଟାଇ ଛାଣି ସେଥିରେ ଲେମ୍ବୁ ଚିପୁଡ଼ି ସେବନ କରିବା ଦ୍ୱାରା ମୋଟାପା ନିୟନ୍ତ୍ରିତ ହୋଇଥାଏ l
* ଭୃଷୁଙ୍ଗା ପତ୍ର ସେବନ ମଧୁମେହ ଠାରୁ ଦୂରେଇ ରଖିଥାଏ l ଯଦି ଆପଣ ପ୍ରତିଦିନ ସକାଳୁ ଭୃଷୁଙ୍ଗା ପତ୍ର କିଛି ମାତ୍ରାରେ ନେଇ ତାହାକୁ ଧୋଇ ସେବନ କରିବେ ତେବେ ରକ୍ତ ଶର୍କରା ନିୟନ୍ତ୍ରିତ ହେବ l
* ଭୃଷୁଙ୍ଗା ପତ୍ର ସେବନ କରିବା ଦ୍ୱାରା ଏନିମିଆ ସମସ୍ୟା ଦୂର ହୋଇଥାଏ l କାରଣ ଭୃଷୁଙ୍ଗା ପତ୍ରରେ ଆଇରନ ଓ ଭିଟାମିନ ସି ଖୁବ ଅଧିକ ମାତ୍ରାରେ ରହିଥିବା କାରଣରୁ କଞ୍ଚା ସେବନ କରିବା ଦ୍ୱାରା ହେମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ l
* ଭୃଷୁଙ୍ଗା ପତ୍ର ସେବନ ଚକ୍ଷୁ ପାଇଁ ମଧ୍ୟ ଖୁବ ହିତକର l ଚକ୍ଷୁ ର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ନିୟମିତ ଭୃଷୁଙ୍ଗା ପତ୍ର ସେବନ କରିବା ଉଚିତ l ଏହାକୁ ନିୟମିତ ସକାଳୁ ଖାଲି ପେଟରେ ସେବନ କରନ୍ତୁ l
* ଭୃଷୁଙ୍ଗା ପତ୍ର କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରିତ କରିଥାଏ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରି ହୋଇ ରହିଥିବା କାରଣରୁ ଶରୀରର ବ୍ୟାଡ଼ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ l
* ଭୃଷୁଙ୍ଗା ପତ୍ର ପେଟ ଜନିତ ସମସ୍ୟା କୁ ଠିକ କରିଥାଏ l ତେଣୁ ପ୍ରତିଦିନ ସକାଳୁ ଭୃଷୁଙ୍ଗା ପତ୍ର କୁ ଭଲରେ ଧୋଇ ଲେମ୍ବୁ ରସ ସହିତ ମିଶାଇ ସେବନ କରନ୍ତୁ l ଏହା ଆପଣଙ୍କୁ ପେଟ ଜନିତ ସମସ୍ତ ସମସ୍ୟା ରୁ ଆରାମ ଦେବ l
* ଭୃଷୁଙ୍ଗା ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥିବା କାରଣ ରୁ ସମସ୍ତ ପ୍ରକାର ସଂକ୍ରମଣ ରୁ ରକ୍ଷା କରିଥାଏ l ତେଣୁ ନିୟମିତ ସେବନ କରିବା ଶରୀର ପକ୍ଷରେ ଖୁବ ଲାଭ ଦାୟକ l
Leave A Reply