Odisha news

ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0

ଖଇରା-୦୭/୦୭ : – ଓଡ଼ିଶା ସାମ୍ବାଦିକ ୟୁନିୟନ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ସାମ୍ବାଦିକମାନଙ୍କ ବୀମା ରାଶି ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ସାମ୍ବାଦିକ ମାନଙ୍କୁ ମାସିକ ୨୦ହଜାର ଟଙ୍କାର ପେନ୍ସନ ବ୍ୟବସ୍ଥା କରିବା ଆଦି ୩ଦଫା ସମ୍ବଳିତ ଦାବିପତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପ୍ରଦାନ କରାଯାଇଛି । ଖଇରା ବ୍ଳକ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡାା, ଜିଲ୍ଲା ସଭାପତି ଗଙ୍ଗାଧର ରାଉତ, ଯୁଗ୍ମ ସମ୍ପାଦକ ଉକ୍ରଳବନ୍ଧୁ ପଣ୍ଡା, ବ୍ଲକ ସଭାପତି ଦୟାନିଧି ମହାପାତ୍ର, ସଂଜୟ କୁମାର ବେହେରା, ଶମ୍ଭୁନାଥ ନାୟକ, କିଶୋର କୁମାର ବେହେରା, ସତ୍ୟଭାମା ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଚଳିତ ବିଧାନସଭା ଅଧିବେଶନ ସମୟରେ ଏହି ୩ଦଫା ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗହଣ କରିବେ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଛନ୍ତି

Govt
Leave A Reply