Odisha news

ପ୍ରଫେସର ଡକ୍ଟର ପ୍ରସନ୍ନ ବିଶ୍ୱାଳଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

0

ଭଦ୍ରକ,୨୩ା୬ : ସୁନାମଧନ୍ୟ ପ୍ରାଧ୍ୟାପକ ଡକ୍ଟର ପ୍ରସନ୍ନ ବିଶ୍ୱାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ମଠସାହି, ଜଗନ୍ନାଥ ବିହାରସ୍ଥ ତାଙ୍କ ବାସଭବନରେ ପାଳିତ ହୋଇ ଯାଇଅଛି । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, କଥାକାର ପବିତ୍ର ପାଣିଗ୍ରାହୀ, ବିଏନଏମଏ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଭାତ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କର ସ୍ମୃତିଚାରଣ କରିବା ସହିତ ଡକ୍ଟର ବିଶ୍ୱାଳ ଜଣେ ନୀତିନିଷ୍ଠ ସ୍ପଷ୍ଟବାଦୀ, ଛାତ୍ରବତ୍ସଳ ଓ ପ୍ରଗତିଶୀଳ ଚେତନାର ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସଙ୍କ ସଂପାଦିତ ସ୍ମୃତି ଗ୍ରନ୍ଥ ‘ସଜଳ ସ୍ମୃତିରେ ତୁମେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏଥି ସହିତ ଦିବଂଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା । ପ୍ରାଧ୍ୟାପକ ବିଜୟ କୁମାର ଜେନା, ଶିଶିରକାନ୍ତି ଆଚାର୍ଯ୍ୟ, ଡ. ରାଇମୋହନ ମହାପାତ୍ର, ଅଶୋକ କୁମାର ମହାପାତ୍ର, ଡ. ରମେଶ ଚନ୍ଦ୍ର ଦାସ, ସାମ୍ବାଦିକ ଅମର ନାୟକ, ରୂପକ ବିହାରୀ ରାୟ, କବି ଚର୍ଚ୍ଚିକା ମହାପାତ୍ର, ଅଧ୍ୟାପିକା କନ୍ୟା ନମ୍ରତା ବିଶ୍ୱାଳ ଓ ସହଧର୍ମିଣୀ ଡ. ଉତ୍ପଳା ନାୟକ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦିବାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

IEC 2 years
Leave A Reply