Odisha news

ବାଲେଶ୍ୱର ବିକାଶ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନବଜ୍ୟୋତି ପଟ୍ଟନାୟକ

0

ବାଲେଶ୍ୱର-୨୧/୦୬ : -ବାଲେଶ୍ୱର ଜିଲ୍ଲାର ବହୁବିଧ ମୌଳିକ ସମସ୍ୟାର ସମାଧାନ ତଥା ଉତ୍ତର ଓଡ଼ିଶାର କୃଷି, ପର୍ଯ୍ୟଟନ, ଶିଳ୍ପ ଆଦିର ବିକାଶ ପାଇଁ କାର୍ଯ୍ୟ କରିବାକୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ ନବନିଯୁକ୍ତ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ନିକଟରେ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଜଳେଶ୍ୱର ବ୍ଲକ କଂଗ୍ରେସ କମିଟି ସଭାପତି ରାଜୀବ କୁମାର ପରିଡ଼ା ଦଳର କର୍ମକର୍ତ୍ତା ଏବଂ ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଭେଟି ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

ଦାବିପତ୍ରରେ ବାଲେଶ୍ୱରର ବରପୁତ୍ର ଫକୀରମୋହନ ସେନାପତି, ରାଧାନାଥ ରାୟ, ଦିନକୃଷ୍ଣ ଦାସ ପ୍ରମୁଖଙ୍କ ସ୍ମୃତିରକ୍ଷା ତଥା ସେମାନଙ୍କ କାଳଜୟୀ ସୃଷ୍ଟି ମାନଙ୍କୁ ଲୋକଲୋଚନକୁ ଆଣିବା ସହ ବାଲେଶ୍ୱର ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀମାନଙ୍କର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଏହାଛଡ଼ା ବହୁ ପ୍ରତିକ୍ଷୀତ ଦୀଘା-ଜଳେଶ୍ୱର ରେଳ ସଂଯୋଗୀ କରଣ, ବାଲେଶ୍ୱର ଠାରେ ରେଳଡିଭିଜନ ପ୍ରତିଷ୍ଠା , ବାଲେଶ୍ୱର ଜିଲ୍ଲାରେ ନିଶାର ଅବାଧ କାରବାରକୁ ରୋକିବା, ସୂବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା, ଭୋଗରାଇର ପଶ୍ଚିମବଂଗ ସହିତ ରହିଆସୁଥିବା ଦୀର୍ଘଦିନର ସୀମାବିବାଦର ସମାଧାନ, ପାନ ଏବଂ ଖଡ଼ିକୁ ·ଷର ମାନ୍ୟତା, ବାଲେଶ୍ୱର ଜିଲ୍ଲା ସଦରମହକୁମାକୁ ମହାନଗର ନିଗମରେ ପରିଣତ କରିବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ଏହି ସବୁ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀ ଶ୍ରୀ ପାତ୍ର ଉଦ୍ୟମ କରିବେ ବୋଲି କଂଗ୍ରେସ ଦଳପକ୍ଷରୁ ଆଶା ପୋଷଣ କରାଯାଇଛି । ମନ୍ତ୍ରୀ ଶ୍ରୀ ପାତ୍ର ଦାବିଗୁଡ଼ିକର ସମାଧାନ ଦିଗରେ ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Nalco
Leave A Reply