Odisha news

ଜୁନ୍ ୨୯ରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ବାଲେଶ୍ୱର ଗସ୍ତ

0

ବାଲେଶ୍ୱର-୨୧/୦୬ : -ଆସନ୍ତା ଜୁନ୍ ୨୯ ତାରିଖ ୧୦ ଘଟିକା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଶରତ ପଟ୍ଟନାୟକଙ୍କ ବାଲେଶ୍ୱର ଜିଲ୍ଳା ପ୍ରଥମ ଗ୍ରସ୍ତରେ ଗସ୍ତ କରିବାର କାର୍ଯ୍ୟକ୍ରମକୁ ନିଷ୍ପତି ନିଆଯାଇଛି ବୋଲି ବାଲେଶ୍ୱର ଜିଲ୍ଳା କଂଗ୍ରେସ କମିଟିର ସଭାପତି ସଞ୍ଜୀବ ଗିରି ସୂଚନା ଦେଇଅଛନ୍ତି । ସ୍ଥାନୀୟ ଆଇ.ଟି.ଆଇ ପଡ଼ିଆରେ ଦିବା ୧୦ଘଟିକା ସମୟରେ ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କେନ୍ଦ୍ରର ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରର ଜନବିରୋଧୀ ନୀତି, ଦରଦାମ ବୃଦ୍ଧି, ·ଷୀ ସମସ୍ୟା, ଯୁବକଙ୍କ ରୋଜଗାର ସମସ୍ୟା ବିଶେଷ ଭାବେ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତଥା ସରକାରଙ୍କ ଦୁର୍ନୀତିକୁ ବିରୋଧ କରୁଥିବା ନେତାମାନଙ୍କୁ ବଦନାମ କରିବାପାଇଁ ଇ.ଡି/ସି.ବି.ଆଇ ଭଳି ସରକାରୀ ସଂସ୍ଥାକୁ ଅପବ୍ୟବହାର କରିବା, ବାଲେଶ୍ୱରରେ କଂଗ୍ରେସ ଶାସନରେ ବହୁଳ ଶିଳ୍ପ ପ୍ରତିଷ୍ଠା ହୋଇ ବିଜେପି, ବିଜେଡ଼ି ଶାସନ ସମୟରେ ବାଲେଶ୍ୱର ଶିଳ୍ପରେ ମରୁଭୂମି ସୃଷ୍ଟି ହେବା ବିଷୟ ଏହିସାଧାରଣ ସଭାରେ ସ୍ଥାନ ପାଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ଗିରି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦର ପରିସ୍ଥିତି ଭାବେ କରୋନା, ହିନ୍ଦୁ, ମୁସଲ୍ମାନ, ଧର୍ମ, ମନ୍ଦିର, ମସଜିଦ୍କୁ ଆଗକୁ କରି ରେଲୱେ, ଏଲ.ଆଇ.ସି, ବି.ଏସ.ଏନ୍.ଏଲ. ଭଳି ସରକାର ସଂସ୍ଥାକୁ ଘରୋଇକରଣ କରିବା ଶେଷରେ ଭାରତର ରକ୍ଷା ସଂସ୍ଥାକୁ ବି ଘରୋଇ କରଣର ପ୍ରୟାସ କରିବା ଭଳି କୁଶ୍ଚିତ ମନୋଭାବ ରଖିଥିବା ମୋଦି ସରକାରକୁ ବିରୋଧ କରିବାକୁ ଏହି ସଭାରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସଭାପତି ଶ୍ରୀ ଗିରି ନିବେଦନ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ରାଜ୍ୟ କଂଗ୍ରେସର ବହୁ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Nalco
Leave A Reply