Odisha news

ଧଳା ଚା କଣ ? ଏହି ଚା ଶରୀରର କେଉଁ ସବୁ ପ୍ରତିକାର କରିଥାଏ ଆସନ୍ତୁ ଜାଣିବା

0

ଆପଣ ଅନେକ ପ୍ରକାରର ଚା ବିଷୟରେ ଶୁଣିଥିବେ ଗ୍ରୀନ ଟି, ଲେମନ ଟି, ଜଂଜୀର ଟି ଏମିତି ଅନେକ ଚା ରହିଛି l ସେହିଭଳି ଗୋଟିଏ ଚା ହେଉଛି ଧଳା ଚା l ଏହି ଚା ର ମୂଲ୍ୟ ଖୁବ ଅଧିକ ଅଟେ l ଏହି ଚା ଟି ବର୍ତମାନ ଭାରତକୁ ଚୀନ ରୁ ଆସିଛି l ଆସନ୍ତୁ ଆଜି ଜାଣିବା ଏହି ଚା ବିଷୟରେ ଓ ଏହାର ସ୍ୱାସ୍ଥ୍ୟକର ଗୁଣ ବିଷୟରେ l

ଧଳା ଚା କଣ ? –
ଏହି ଚା ର ପ୍ରସ୍ତୁତି କେମେଲିୟା ଗଛ ର ପତ୍ରରୁ ପ୍ରସ୍ତୁତ ହୋଇଥାଏ l ଏହି ଗଛର ଧଳା ପତ୍ରରୁ ପ୍ରସ୍ତୁତ କରାଯାଇ ଥାଏ l ଏହି ଚା ର ରଙ୍ଗ ହାଲୁକା ଖଇରିଆ ରଙ୍ଗ କିମ୍ବା ଧଳା ରଙ୍ଗ  ଅଟେ l ଏଥିରେ ଫ୍ଲୋରାଇଡ୍ସ, ଫ୍ଲେବୋନାଏଡ଼ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି l ଏଥିରେ କାଫିନ ମାତ୍ରା ଖୁବ କମ ରହିଥାଏ l

କଣ ମିଳିଥାଏ ଲାଭ -:

– ଏହି ଚା ରେ ପଲିଫେନଲସ ମାତ୍ରା ଅଧିକ ରହିଥାଏ l ଯାହା ଆଣ୍ଟିଅକ୍ସିଡେଣ୍ଟ ଭାବରେ କାମ କରିଥାଏ l ଏହା ଶରୀରକୁ ଅକ୍ସୀଡେଟିବ ଠାରୁ ରକ୍ଷା କରିଥାଏ ଓ ଶରୀରର ସମସ୍ତ ପ୍ରକାର ଫୁଲା କୁ କମାଇ ଥାଏ l

– ଏହି ଚା ର ପ୍ରାକୃତିକ ଗୁଣ ରକ୍ତରେ ବ୍ଲଡ଼ ଗ୍ଲୁକୋଜ ସ୍ତରକୁ କମ କରିଥାଏ l ତା ସହିତ ମସଲସ ରେ ମଧ୍ୟ ଗୁଲକୋଜ ସ୍ତର ବୃଦ୍ଧି ହେବାକୁ ଦେଇ ନଥାଏ l ତେଣୁ ମଧୁମେହ ସ୍ତର କୁ ଏହି ଚା ଦ୍ୱାରା ନିୟନ୍ତ୍ରଣ କରା ଯାଇଥାଏ l

– ଏହି ଚା ରେ ଆଣ୍ଟି ଏଜିଙ୍ଗ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି ଯାହା ସ୍କିଂ କୁ ଟାଇଟ କରିବା ସହ ଗ୍ଲୋ ମଧ୍ୟ କରାଇଥାଏ l ତା ସହିତ ରିଂକିର୍ଲସ ମଧ୍ୟ ଦୂର କରିଥାଏ l

– ଏହି ଚା ରେ ଥିବା ବିଭିନ୍ନ ପୋଷକତତ୍ୱ ଶରୀରରେ କାର୍ଯ୍ୟ କରିବାର ଶକ୍ତି ବୃଦ୍ଧି କରିଥାଏ l ମନକୁ ଶାନ୍ତ ରଖିଥାଏ ଏବଂ କାର୍ଯ୍ୟରେ ଏକାଗ୍ରତା ବଢ଼ିଥାଏ l

Nalco
Leave A Reply