ବାସ୍ତୁ ଟିପ୍ସ : ଅବିବାହିତ ବ୍ୟକ୍ତି କଦାପି ନିଜ କୋଠରୀରେ ଏହିସବୁ ଜିନିଷ ରଖନ୍ତୁ ନାହିଁ, ନଚେତ ଘଟିପାରେ ବିବାହରେ ବିଳମ୍ବ
ବାସ୍ତୁ ଶାସ୍ତ୍ର ଅନୁସାରେ ଅବିବାହିତ ଯୁବକ ଯୁବତୀ ମାନେ ନିଜ ଶୋଇବା ଘରେ କିଛିଟା ଜିନିଷ ରଖିବା ଉଚିତ ନୁହେଁ, କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଅବିବାହିତ ଲୋକ ଶୋଇବା କୋଠରୀରେ ରଖିଥିବା କିଛିଟା ଜିନିଷ ଦ୍ୱାରା ବୈବାହିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l ତେଣୁ ନିଜ ଶୋଇବା ଘରେ ଜିନିଷ ରଖିବା ଦ୍ୱାରା ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ l
୧- ପ୍ରଥମେ ଧ୍ୟାନ ରଖନ୍ତୁ ନିଜ କୋଠରୀରେ ଯେପରି କୌଣସି ବିମ ନରହିବା ଉଚିତ l କାରଣ ଏହା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ l
୨- ନିଜ ଶୋଇବା ଘରେ କଦାପି ଟିଭି କିମ୍ବା କମ୍ପୁଟର ରଖନ୍ତୁ ନାହିଁ l ଏହିସବୁ ଜିନିଷ ଆପଣଙ୍କ ଲଭ ଲାଇଫ ଉପରେ ପ୍ରଭାବ ପକାଇପାରେ l
୩ – ଡବଲ ଗଦି ଥିବା ଖଟ ଉପରେ ଶୁଆନ୍ତୁ ନାହିଁ l ବସ୍ତୁ ଅନୁସାରେ ଏହା ନକାରାତ୍ମକ ପ୍ରଭାବ ପକାଇ ଥାଏ l
୪ – ନିଜ ଶୋଇବା ଘରେ ନଦୀ, ଝରଣା ପ୍ରଭୃତିର ଚିତ୍ର ରଖନ୍ତୁ ନାହିଁ l କାରଣ ଏହାଦ୍ୱାରା ବିବାହ କାର୍ଯ୍ୟରେ ବାଧା ଉପୁଜି ଥାଏ l
୫- ଯଦି ଗାଧୁଆଘର ଶୋଇବା ଘର ସହିତ ଆଟାଚ ହୋଇ ରହିଛି ତେବେ ସର୍ବଦା ଗାଧୁଆ ଘର କବାଟ ବନ୍ଦ ରଖନ୍ତୁ l
୬ – ଶୋଇବା ଘରେ ଆଇନା ରଖିବା ଉଚିତ ନୁହେଁ l ଯଦି ରହିଛି ତାହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରୁ ବିଛଣା ନଜର ରେ ଆସିବ ନାହିଁ l
୭ – କଦାପି ବେଡ଼ କୁ ଝରକା କିମ୍ବା କବାଟ କୁ ଲଗାଇ ରଖିବା ଉଚିତ ନୁହେଁ l