ଠାକୁରମୁଣ୍ଡା – 12/6( ଆ. ପ୍ର ) କରଞ୍ଜିଆ ବିଧାୟିକା ଶ୍ରମତୀ ବାସନ୍ତୀ ହେମ୍ବ୍ରମ ପ୍ରଥମ ଥର ବିଜେଡିରୁ ଟିକଟ ପାଇ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି l ଜୁନ ୫ ତାରିଖରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ୭ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ପାଇଁ ଧାର୍ଯ୍ୟ କରିଥିଲେ l ମାତ୍ର ବିଡମ୍ବନାଯେ, ୬ ତାରିଖ ରାତିରେ ବିଜେଡିର ବରିଷ୍ଠ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୌଦାଗର ପାତ୍ର ୧ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l ଫଳରେ ମନ୍ତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବାତିଲ କରିଦେଇଥିଲେ l ତେବେ 12 ତାରିଖରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ମନ୍ତୀ ବାସନ୍ତୀ ହେମ୍ବ୍ରମଙ୍କୁ ମୟୁରଭଞ୍ଜ ସୀମା ଠାକୁରମୁଣ୍ଡା ବ୍ଲକର ଗୋଡ଼ଭଙ୍ଗା ଠାରେ ଜନସାଧାରଣ ପାରମ୍ପରିକ ବାଦ୍ୟରେ ସମ୍ବର୍ଦ୍ଧନା କରିଥିଲେ l ପରେ ସାତକୋଶିଆ, ମହୁଲଡିହା ଏବଂ ଠାକୁରମୁଣ୍ଡାରେ ସମ୍ବର୍ଦ୍ଧନା ଦିଆଯାଇଛି l ମନ୍ତ୍ରୀ ପ୍ରଥମେ ଦଳୀୟ କାର୍ଯ୍ୟାଳୟ, ପରେ ବାସୁଳି ମନ୍ଦିର ଯାଇ ମା ବାସୁଳିଙ୍କ ଆଶୀର୍ବାଦ କାମନା କରିଥିଲେ l ପରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ବଜାର ପରିକ୍ରମା କରି ଜୁଆଳିକଟା ପର୍ଯ୍ୟନ୍ତ ଯାଇ ସେଠାରୁ କରଞ୍ଜିଆ ଅଭିମୁଖେ ଯାତ୍ରା କରିଥିଲେ l.
