Odisha news

ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

0
ଢ଼େଙ୍କିକୋଟ :  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍ ଅନ୍ତର୍ଗତ ଯୁଙ୍ଗା ଗ୍ରାମର ୨୦୧୯ ମସିହା ଜାନୁଆରି ୨୨ ତାରିଖର ଘଟଣା l  ଉକ୍ତ ଗ୍ରାମର କାନ୍ନୁ ମୁଣ୍ଡାରୀ (୫୦) ତା ସ୍ତ୍ରୀ ମଞ୍ଜୁରୀ ମୁଣ୍ଡାରୀ କୁ ତଣ୍ଟି ଚିପି ଅତି ଅମାନୁଷିକଭାବେ ହତ୍ୟା କରିଥିଲା l  ହତ୍ୟା କରିବାର କାରଣ କାନ୍ହୁ ମୁଣ୍ଡାରୀ ଦ୍ବିତୀୟ ବିବାହ କରିଥିଲା, ତେଣୁ ସେ ପ୍ରଥମ ସ୍ତ୍ରୀ ସହିତ ଦୈନିକ ପାଟିତୁଣ୍ଡ କରୁଥିଲା l ତେବେ ସେଦିନ ସେ ରାଗରେ ମ୍ରିୟମାଣ ହୋଇ ସବୁଦିନପାଇଁଁ ତା ସ୍ତ୍ରୀ କୁ ଶେଷ କରିଦେଇଥିଲା l
ଏ ସଂକ୍ରାନ୍ତରେ ମଞ୍ଜୁରୀ ମୁଣ୍ଡାରୀ ର ମାଆ ପଣ୍ଡାପଡ଼ା ଥାନାରେ ଲିଖିତଆକାରରେ ଜଣାଇଥିଲେ ଓ  ବିଚାର ଚାଲିଥିଲା l ତେବେ ୧୭ ଜଣ ସାକ୍ଷୀ ଓ ପୋଲିସର ସଠିକ୍ ତଦନ୍ତ କୁ ଭିତିକରି କେନ୍ଦୁଝର ଜିଲ୍ଲା ଓ ସେସନ ଜଜ୍ ଚିତରଞ୍ଜନ ମହାପାତ୍ର ଆସାମୀ କୁ ଆଜୀବନ ଦଣ୍ଡାଦେଶ ପ୍ରଦାନକରିଛନ୍ତି l ତତ ସହିତ ପଚାଶ ହଜାରଟଙ୍କା ଜୋରିମାନା କରିଛନ୍ତି, ଜୋରିମାନା ନଦେଲେ ଅଧିକ ଏକବର୍ଷ ଦଣ୍ଡାଦେଶ ପ୍ରଦାନକରିଛନ୍ତି l
Nalco
Leave A Reply