Odisha news

ବିରୋଧୀ ଦଳକୁ ଝଟକା: ବିଜେଡିରେ ମିଶିଲେ ସ୍ୱାଧୀନ ସରପଞ୍ଚ

0

ବନ୍ତ,୨/୬  : ବନ୍ତ ବ୍ଲକରେ ବିରୋଧୀ ଦଳକୁ ପୁଣି ଏକ ଶକ୍ତ ଝଟକା ଲାଗିଛି । ଚଳିତ ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିବା ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପି୍ରୟଦର୍ଶନୀ ଦାସ, ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିବା ଜଣାଯାଇଛି । ଭଣ୍ଡାରିପୋଖରୀ ବିଧାୟକଙ୍କ ଭଦ୍ରକସ୍ଥିତ ବାସଭବନରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଉଭୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ସରପଞ୍ଚ ବିଜୟ ବିଶ୍ୱାଳ, ଶ୍ୟାମସୁନ୍ଦର ଜେନା, ସୁରେଶ ବିଶ୍ୱାଳ, ଯୁବ ସଭାପତି ଭାଗିରଥି ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ପରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଓ ସାଙ୍ଗଠନିକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ।

Nalco
Leave A Reply