ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପଇଡ ପାଣି ପିଇବା ପାଇଁ ପସନ୍ଦ କରି ଥାଆନ୍ତି । ଏହା ଗୋଟିଏ ଏଭଳି ପାନୀୟ ଯେଉଁଥିରେ ଏକା ସହିତ ଅନେକ ପୋଷାକ ତତ୍ତ୍ଵ ମିଳିଥାଏ, ଯେପରିକି ଭିଟାମିନ ଏ, ଇଲେକ୍ଟ୍ରୋଲାଇଟ୍, ମଗ୍ନେଶୀୟମ ଓ ପୋଟାସିୟମ ଭଳି ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ । ଆମେ ଜାଣିଛୁ ଯେ ପଇଡ ପାଣି ସକାଳୁ ଖାଲି ପେଟରେ ସେବନ କରାଯାଏ । କିନ୍ତୁ ଏହାକୁ ରାତି ସମୟରେ ପିଇବା ମଧ୍ୟ ଖୁବ୍ ହିତକର । କିନ୍ତୁ ମଧୁମେହ ରୋଗୀମାନେ ପଇଡ ପାଣି ସନ୍ଧ୍ୟା ସମୟରେ ପିଇବା ପରେ ତୁରନ୍ତ ବିଛଣା କୁ ଯିବା ଉଚିତ୍ ନୁହେଁ। ରାତିରେ ପଇଡ ପାଣି ପିଇବା ଦ୍ଵାରା ମାନସିକ ଚାପ କମି ଭଲ ନିଦ ହୋଇଥାଏ ।
– ପେଟ ସଫା ରଖିଥାଏ :
ପଇଡ ପାଣି କୋଷ୍ଠ କାଠୀନ୍ୟ ସମସ୍ୟା କୁ ଦୁର କରିବାରେ ସାହାଯ୍ୟ କରିଥାଏ । ତେଣୁ ଯେଉଁ ଲୋକ ମାନଙ୍କର କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେଉଛି ସେମାନେ ରାତିରେ ପଇଡ ପାଣି ପିଇବା ଆବଶ୍ୟକ । ଏହା ଛଡା ପଇଡ ପାଣି ଲିଭର, କିଡନୀ ଓ ଅନ୍ତ୍ତ କୁ ପରିଷ୍କାର ରଖିବାରେ ସାହାଯ୍ୟ କରିଥାଏ।
– ସକାଳୁ ଉଠିଲେ ଫ୍ରେସ ଲାଗିଥାଏ :
ସକାଳୁ ଉଠିବା ମାତ୍ରକେ କିଛି ଲୋକଙ୍କୁ ଅଳସୁଆ ଲାଗିବା ସହିତ ଦୁର୍ବଳ ମଧ୍ୟ ଲାଗିଥାଏ । କିନ୍ତୁ ଆପଣ ଯଦି ରାତିରେ ପଇଡ ଟିଏ ସେବନ କରି ଶୋଇବେ ତେବେ ଆପଣ ଙ୍କ ର ଏହି ସମସ୍ୟା ଦୂର ହେବ। ପଇଡ ପାଣି ରକ୍ତ ହୀନତା କୁ ଦୁର କରିଥାଏ ।
– ତ୍ବଚା ଆକର୍ଷଣୀୟ ହୋଇଥାଏ :
ପଇଡ ପାଣି ଆଣ୍ଟି ବ୍ୟାକ୍ଟେରିଆ ହେବା ସହିତଆଣ୍ଟି – ଅକ୍ସିଡେଣ୍ଟ ରେ ଭରପୁର ହୋଇଥାଏ l ଏହା ସହିତ ଭିଟାମିନ ବି 2 ଓ ଭିଟାମିନ 3 କଲେଜନ ର ପ୍ରଡକ୍ସନ କୁ ବଢ଼ାଇଥାଏ ଓ ତ୍ୱଚାରେ କୁଞ୍ଚନ ଦୂର ହୋଇଥାଏ l ତ୍ୱଚାରେ ହାଇଡ୍ରେସନ ବଢ଼ାଇ ଥାଏ l ଶରୀରରେ ରକ୍ତ ସଂଚାଳନ କରିବା ସହିତ ଓ ଶରୀରକୁ ଡିଟକ୍ସ କରିଥାଏ l ତେଣୁ ନିୟମିତ ଗୋଟିଏ ପଇଡ଼ ସେବନ କରି ଶୋଇବା ଉଚିତ l
– ଲୋ ବିପି ଓ ମୋଟାପଣ ସମସ୍ୟା ହୋଇଥାଏ ଦୂର :
କିଛି ଲୋକ ସକାଳୁ ଉଠିବା ମାତ୍ରକେ ଲୋ ବିପି ସମସ୍ୟା ରହିଥାଏ l ଏହି କାରଣରୁ ସେମାନଙ୍କୁ କାମ କରିବାକୁ ଇଛା ହୋଇ ନଥାଏ l ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ପଇଡ ପାଣି ସେବନ କରିବା ଖୁବ ହିତକର l ଏହାଛଡା ପଇଡ ପାଣି ଓଜନ ହ୍ରାସ ମଧ୍ୟ କରିଥାଏ l କାରଣ ପ୍ରଥମେ ଏହା ମେଟାବୋଲିଯିମ ରେଟ କୁ ବଢ଼ାଇ ଫ୍ୟାଟ ବର୍ନ କରିଥାଏ l
– ମାଂସପେଶୀ ଯନ୍ତ୍ରଣା କୁ କମାଇବାରେ ସାହାଯ୍ୟ କରେ :
ପଇଡ଼ ପାଣି ଗୋଟିଏ ଶକ୍ତି ବୃଧିକାରୀ ଡ୍ରିଂକ୍ସ ଅଟେ l ଏହାଛଡା ଏହା ଶରୀରକୁ ଶୀତଳ ମଧ୍ୟ ରଖିଥାଏ l ପଇଡ଼ ପାଣିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ମାଂସପେଶୀ ର ଯନ୍ତ୍ରଣା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ l