ଆମ ହିନ୍ଦୁ ଧର୍ମରେ କର୍ପୁର ର ବ୍ୟବହାର ଅଧିକ ପୂଜା ପାଠରେ କରାଯାଇ ଥାଏ । କର୍ପୁର କେବଳ ଘରର ବାସ୍ତୁ ଦୋଷ କୁ ଦୁର କରି ନଥାଏ , ବରଂ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ । କର୍ପୁର ରେ ଆଣ୍ଟି – ଇମ୍ଫ୍ଲାମେଟରି , ଅନାଲ୍ଜେଶିକ୍, ଆଣ୍ଟି ସେପ୍ଟିକ୍, ଓ ଆଣ୍ଟି କଞ୍ଜକ୍ତିବୁଲ ଗୁଣ ରହିଛି । ଯାହାଦ୍ଵାରା ପ୍ରାକୃତିକ ଚିକିତ୍ସା ପାଇଁ ମୁଖ୍ୟ ଗୁଣ ରହିଛି । କର୍ପୁର ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣରେ ଭରପୁର ଅଟେ । ଏହିସବୁ କାରଣରୁ କର୍ପୁର କୁ ପ୍ରାକୃତିକ ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଥାଏ ।
ଆସନ୍ତୁ ଜାଣିବା କର୍ପୁର କୁ ନେଇ ବିଭିନ୍ନ ସ୍ୱାସ୍ଥ୍ୟକର ଗୁଣ ବିଷୟରେ :-
– ମୁଣ୍ଡ ବିନ୍ଧା ରୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସରେ କର୍ପୁର ମିଶାଇ ମୁଣ୍ଡରେ ଲଗାଇବା ଦ୍ଵାରା ମୁଣ୍ଡ ବିନ୍ଧା ଯନ୍ତ୍ରଣା ରୁ ଆରାମ ପାଇବେ ।
– ଥଣ୍ଡା କାଶ ଯୋଗୁଁ ଫୁସଫୁସ ରେ କଫ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ, ତେଣୁ ଏହି ସମୟରେ ଗୋଟିଏ ରୁମାଲ୍ ରେ କର୍ପୁର ବାନ୍ଧି ଶୁଙ୍ଘିବା ଦ୍ଵାରା କଫ ସମସ୍ୟା ରୁ ଆରାମ ମିଳିଥାଏ। ତା ସହିତ ଦାନ୍ତ ବିନ୍ଧା ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଦାନ୍ତ ମୂଳରେ କର୍ପୁର ରଖିବା ଦ୍ଵାରା ଯନ୍ତ୍ରଣା ରୁ ଆରାମ ମିଳିଥାଏ।
– ଯଦି ଆପଣ କାଶ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ତେବେ ଗରମ୍ ପାଣି ରେ କିଛି ମାତ୍ରାରେ କର୍ପୁର ତେଲ ମିଶାଇ ସୁଙ୍ଗିବା ଦ୍ଵାରା ଥଣ୍ଡା ରୁ ଆରାମ ମିଳିଥାଏ ।
– ଗର୍ଭବତୀ ମହିଳା ମାନେ ସୋରିଷ ତେଲ ରେ କର୍ପୁର ଗରମ୍ କରି ଶରୀରରେ ମାଲିଶ୍ କରିବା ଦ୍ୱାରା ଶରୀରକୁ ଅନେକ ଆରାମ ମିଳିଥାଏ ।
– ଯଦି ଘରେ ଅନେକ ମଶା ହେଉଛନ୍ତି ତେବେ ଝୁଣା ସହିତ କର୍ପୁର ମିଶାଇ ଜଳାଇଲେ ମଶା ଦାଉରୁ ରକ୍ଷା ମିଳିଥାଏ ।
– କେଶ ରେ ଯଦି ରୁପି ସମସ୍ୟା ଦେଖା ଯାଉଚି ତେବେ ତେଲରେ କର୍ପୁର ମିଶାଇ କେଶ୍ ମୂଳରେ ମାଲିସ ନିୟମିତ ଭାବରେ କରିବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ ।
– ଅର୍ଶ ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ କର୍ପୁର କୁ ନଡ଼ିଆ ତେଲ ରେ ମିଶାଇ ଅର୍ଶ ସ୍ଥାନରେ ଲଗାଇଲେ ଯନ୍ତ୍ରଣା କମିବା ସହିତ ଫୁଲା ମଧ୍ୟ କମି ଯାଇଥାଏ ।
– ରାତିରେ ଭଲ ନିଦ ହେବା ପାଇଁ କର୍ପୁର ଓ ଦେଶୀ ଘିଅ ତଳି ପାଦ ରେ ମାଲିଶ୍ କରିବା ଦ୍ୱାରା ଭଲ ନିଦ ହୋଇଥାଏ ।