ପାରାଦୀପ୍ – ପାରାଦୀପ୍ ର ବୃହତ୍ ସାର କାରଖାନା ପିପିଏଲ୍ ବିରୋଧରେ ପିପିଏଲ୍ ଜମିହରା ସମାଜ ମଙ୍ଗଳ କମିଟି ର ଆନ୍ଦୋଳନ | ପିପିଏଲ୍ ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନକାରୀ ମାନେ ଧାରଣା ରେ ବସିଥିଲେ | 186 ଏକର ରୁ ଉର୍ଦ୍ଧ ଜମି ପିପିଏଲ୍ କର୍ତ୍ତୁପକ୍ଷ ଜବର ଦଖଲ କରି ରଖିଥିବା ବେଳେ ଏହାକୁ ଜବର ଦଖଲ ମୁକ୍ତ କରିବା ପାଇଁ ଦାବି ବାରମ୍ବାର କରାଯାଇଥିଲା | ଏହାକୁ କମ୍ପାନୀ ପକ୍ଷରୁ ଭୃକ୍ଷେପ କରାଯାଉ ନ ଥିବା ବେଳେ ଏଥି ପାଇଁ ସ୍ତାନୀୟ ଲୋକ ମାନେ ଏକତ୍ରିତ ହେଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀ ସହ କମ୍ପାନୀ ଓ ପ୍ରଶାସନ କୁ ପତ୍ର ଲେଖିଥିଲେ |
ସେହିପରି ପିପିଏଲ୍ ପରିସର ମଧ୍ୟରେ ଥିବା 800 ଏକର ଗାଡ଼ିଆ ଜମି କୁ କୈବର୍ତ୍ତ ପରିବାର କୁ ମାଛ ଚାଷ କରି ପାରିବାର ପ୍ରତିପୋଷଣ କରିବା ନିମନ୍ତେ ଦେବାକୁ ଦାବି କରିଥିଲା କମିଟି | ସବୁଠାରୁ ବଡ କଥା ହେଉଛି ଜମିହରା ପରିବାର ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଜମିର ବର୍ଦ୍ଧିତ ମୂଲ୍ୟ ଏକକାଳୀନ ଡିପୋଜିଟ୍ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦେଇଥିଲେ ମଧ୍ଯ ତାହା ପାଳନ ନକରିବା , ଜମିହରା ପକ୍ଷ୍ୟରୁ ପଞ୍ଜୀକରଣ ହୋଇଥିବା ସମିତି କୁ ଠିକା କାମ ଯୋଗାଇ ଦେବା ଓ ବିଶେଷ କରି ପାରିପାର୍ଶ୍ୱିକ କାର୍ଯ୍ୟ କୁ ତ୍ଵରାନ୍ଵିତ କରିବା ପାଇଁ କମିଟି ଦାବି କରିଥିଲା | ତେଣୁ କେହି ନ ଶୁଣିବାରୁ ଆଜି ସକାଳୁ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଥିଲା | କିଛି ସମୟ ପରେ ସ୍ତାନୀୟ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଓ ପିପିଏଲ୍ କର୍ମଚାରୀ ଙ୍କ ଉପସ୍ଥିତିରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି |
