ପାରାଦୀପ୍ – ଦିନ ଦ୍ୱିପହରରେ ଭୂତମୁଣ୍ଡାଇ ପୋଲ ଉପରେ ଟ୍ରକ୍ ରେ ବାନ୍ଧି ଜଣେ ଲୋକ କୁ ବୁଲାଇବା ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି | ଭଲ ଭବରେ ଦେଖନ୍ତୁ ଏହି ଦୃଶ୍ୟକୁ | କିଭଳି ଟ୍ରକ୍ ଆଗରେ ତାର ଦୁଇ ହାତ କୁ ବାନ୍ଧି ପକା ଯାଇଚି | ଆଉ ଗାଡି ବି ଗଡୁଚି | ଏ ଦ୍ରୁଶ୍ୟ ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ପୋଲ ଉପରେ ଗତକାଲି ଘଟିଛି | ଦୋଷ କେବଳ ଏ ଯୁବକଙ୍କର ସେ ଟ୍ରକ ରୁ ମୋବାଇଲ ଚୋରି କରିଥିଲା ଆଉ ତାପରେ ତାକୁ ଧରି କିଛି ଲୋକ ଏଭଳି ଦଣ୍ଡ ଦେଇଛନ୍ତି | ଯାହା ଦେଖିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଚି | ଦିବାଲୋକ ରେ ଏଭଲି ମାନବିକ ଉଲ୍ଲଂଘନ ଦେଖନ୍ତୁ | ଆଉ ଘଟଣା ଘଟିବା ପରେ ପାରାଦୀପ୍ ଲକ୍ ଥାନା ପୋଲିସ ନିଜଆଡୁ ତଦନ୍ତ ଆରମ୍ଭ କରିଛି | ଏଭଲି ଅମାନବୀୟ କାର୍ଯ୍ୟ କୁ ସବୁ ମହଲରେ ନିନ୍ଦା କରାଯାଇଛି
