ତାଳଚେର ତା ୨୪/୦୫ ବିଗି ବର୍ଷଭଳି ଚଳିତ ବର୍ଷ ମଧ୍ୟ ପରାମ୍ପରା ଅନୁଯାୟୀ ତାଳଚେର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଆରମ୍ଭ ହୋଇ ଆଜି ଶେଷ ପର୍ଯ୍ୟାୟରେ ପଂହଚିଛି । ୨୧ଦିନରେ ଜଗତରନାଥ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ପୂଜାପର୍ବଣ ହେବା ସହିତ ପ୍ରତ୍ୟେକ ଦିନ ଠାକୁରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲା । ଆଜି ଶେଷ ଦିବସରେ ଜଗନ୍ନାଥ ମନ୍ଦିରରୁ ମୋଦନମୋହନ ସେହି ନିକଟସ୍ଥ ରାଣୀମନ୍ଦିର ଓ ମୋଦନ ମୋହନ ମନ୍ଦିରରୁ ପ୍ରଭୂଙ୍କ ଚଳନ୍ତି ପ୍ରତିମା ଅଣାଯାଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବୋହି ଯାଇଥିବା ଚିରୋସ୍ରୋତା ପବିତ୍ର ବ୍ରାହ୍ମଣୀନଦୀରେ ଚାପଖେଳ ହୋଇଥିଲା । ଏହାକୁ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ଭିଡ଼ ଦେଖାଦେଇଥିଲା । ମୋଦନମୋହନଙ୍କୁ ଏକ ବିରାଟ ପଟ୍ଟୁଆରରେ ନାମସଂକୀର୍ତନ କରି ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ତାଳଚେର ରାଜା ରାଜେନ୍ଦ୍ର ବୀରବର ହରିଚନ୍ଦନ ଦେବ୍ ଉପସ୍ଥିତ ରହିଥିଲେ ।