Odisha news

ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରଚେଷ୍ଟାରେ ନୂତନ ନଳକୂପ ଖନନ

0

ଜମନକିରା,୧୫/୫ ଜମନକିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତ ବାଙ୍କଟାଳ ଏବଂ ଲଙ୍କେଶ୍ଵରୀ ଚର୍ଚ୍ଚ ପଡ଼ାରେ ଆଜି ଜିଲ୍ଲା ପରିଷଦ ଜୋନ-୧ ସୁଜାତା ଖୁଣ୍ଟିଆଙ୍କ ପ୍ରଚେଷ୍ଟାରେ ନୂତନ ନଳକୂପ ଖୋଲା ଯାଇଛି। ଏଥିସହ ପଡ଼ା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି, ସମସ୍ୟର ସମାଧାନ କିପରି ହୋଇ ପାରିବ ସେ ନେଇ ପ୍ରଶାସନ କୁ ଜଣେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରୀମତୀ ଖୁଣ୍ଟିଆଙ୍କ ସହ ଫାଦର୍ ପାଉଲ, ସୁଶାନ୍ତ କୁମାର ମେହେର, ମିତ୍ରଭାନୁ ଭୋଇ,ରଞ୍ଜିତ କୁଲୁ, ରଜନସ କୁଲୁ, ରାଜୀବ ନାୟକ, ସୁଦର୍ଶନ ଖୁଣ୍ଟିଆଙ୍କ ସହ ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

Ad2
Leave A Reply