Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଇନର ପରିଧି ଭିତରେ ହେଉ: ଜୟନ୍ତ ଷଡ଼ଙ୍ଗୀ

0
ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ନିଜ  ପ୍ରତିକ୍ରିୟା ରଖିଛନ୍ତି । ସେ ବିକାଶକୁ ବିରୋଧ କରନ୍ତି ନାହିଁ। କିନ୍ତୁ ଆଇନର ପରିଧି ମଧ୍ୟରେ ବିକାଶ କାର୍ଯ୍ୟ ହେବା ଆବଶ୍ୟକ  ।  ୩ ବର୍ଷର ତାଙ୍କ ବିଧାୟକ କାର୍ଯ୍ୟ କାଳ ସମୟ ମଧ୍ୟରେ ପୁରୀରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ଦୁଇ ଦୁଇଟି ମାର୍କେଟ କମ୍ପ୍ଲେକ୍ସ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ , ସିଦ୍ଧ ମହାବୀର ରେଳ ଓଭରବ୍ରିଜ, ସ୍ଵର୍ଗଦ୍ଵାର ନବୀକରଣ, ଇଣ୍ଡୋର୍ ଷ୍ଟାଡିୟମ୍ , ଟାଉନ ହଲ ନବୀକରଣ କରାଯାଇଛି। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠିବାରୁ ବିଧାୟକ ଭାବେ ସେ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ।ଘଟଣାର ଅନୁଧ୍ୟାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇଛି।  ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।  ଦୀର୍ଘ ଦିନ ହେଲାଣି ପୁରୀ ସହରବାସୀ ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପକୁ ସେ ପ୍ରଥମରୁ ସମର୍ଥନ କରିଆସିଛନ୍ତି।ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରୁ ଏଏସ୍ଆଇର ପଦକ୍ଷେପ ସନ୍ଦେହ ସୃଷ୍ଟି କରିଛି।ଆଗକୁ ବର୍ଷ ଦିନ ଆସୁଛି। ମନ୍ଦିର ଚତୁଃପାର୍ଶ୍ଵ ଭଙ୍ଗାଯିବ ପରେ ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିବା ଓ ଏହା ମନ୍ଦିର ସୁରକ୍ଷା ପ୍ରତି ଅଧିକ ବିପଦ ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବସବାସ କରୁଥିବା ଲୋକଙ୍କ ଦୈନଦିନ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିବ।  ଶ୍ରୀମନ୍ଦିରର ସୁରକ୍ଷା,ଭକ୍ତଙ୍କ ସୁବିଧା ପାଇଁ  ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା କଥା।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଶୀଘ୍ର କାମ ଶେଷ କରିବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିଛନ୍ତି।
Ad2
Leave A Reply