Odisha news

ନିରାକାର ପୁର ଆଳୁ ଗୋଦାମରେ ଟାଙ୍ଗୀ ଯୋଗାଣ ବିଭାଗ ର ଚଢ଼ାଉ

0

ନିରାକାରପୁର, ୧୦/୫:   ଖୋର୍ଦ୍ଧା ଜିଲ୍ଲା    ଟାଙ୍ଗୀ ବ୍ଲକ ନିରାକାର ପୁର ବଜାର ରେ ଆଜି ଟାଙ୍ଗୀ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ଟାଙ୍ଗି ଯୋଗାଣ ବିଭାଗ ଇନ୍ସପେକ୍ଟର  ଚଢ଼ାଉ କରିଥିଲେ । ଆଗକୁ ବାତ୍ୟା ଆସୁଥିବା ରୁ ଲୋକ  ଭୟଭୀତ      ଅବସ୍ଥାରେ ଥିବାବେଳେ ନିରାକାର ପୁର ରେ ଆଳୁ ଦର ଆକାଶ ଛୁଆଁ    ଦର  ହୋଇଯାଇଥିଲ। ଆଳୁ କେଜିପ୍ରତି ୨୪ଟଙ୍କା ପରିବର୍ତ୍ତେ ୨୮ଟଙ୍କା ଓ ୩୦ଟଙ୍କା ରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା ।ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ଆଳୁ କେଜିପ୍ରତି ୨୪ ଟଙ୍କା ପିଆଜ ୧୫ ଟଙ୍କା ସରକାରୀ ମୁଲ୍ୟରେ ବିକ୍ରି କରିବା ପାଇଁ ଦୋକାନରେ ରେଟ ଚାଟ ଲଗାଇ ଥିଲେ। ଏଵଂ ସେମାନଙ୍କୁ ତାଗିଦ୍ କରାଯାଇଥିଲା ଯିଏ ଚଢ଼ାରେଟ ରେ ବିକ୍ରି କରୁଥିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କା ବେପାରୀ ଭାଇମାନଙ୍କୁ ତାଗିଦ୍ କରିଯାଇଛନ୍ତି।

Leave A Reply