ଆଜିକାଲି ପ୍ରାୟ ସମସ୍ତଙ୍କୁ ୩୦ ରୁ ୪୦ ବର୍ଷ ମଧ୍ୟରେ ହୃଦଘାତ ହେଉଥିବାର ଆମେ ଦେଖିବାକୁ ପାଉଛୁ l ଏହାର ସବୁଠୁ ବଡ କାରଣ ହେଉଛି ଖରାପ ଜୀବନ ଚର୍ଯ୍ୟା l ଭୁଲ ଖାଦ୍ୟ ପେୟ ଓ ଶାରୀରିକ ବ୍ୟାୟାମ ଅବହେଳାରୁ ଏହି ସମସ୍ୟା ଦେଖାଯାଉଛି l ହାର୍ଟ ସମସ୍ୟା ହେବାର ଆଉଗୋଟିଏ କାରଣ ହେଉଛି ଏହା ଜେନେଟିକ ଅର୍ଥାତ ବଂଶାନୁକ୍ରମିକ l ଯଦି ପରିବାରର କୌଣସି ବ୍ୟକ୍ତିଙ୍କ ର ୪୫ ବର୍ଷ ପୂର୍ବରୁ ହାର୍ଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖା ଯାଉଛି ଏହା ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ମଧ୍ୟ ପ୍ରଭାବ ପଡିପାରେ l ଏପରି ସ୍ଥିତି ରେ ଆପଣଙ୍କୁ ସତର୍କ ରହିବାକୁ ପଡିବ l
ତେଣୁ ସେଥିପାଇଁ ନିଜର ଜୀବନ ଚର୍ଯ୍ୟା ରେ କିଛିଟା ପରିବର୍ତ୍ତନ କରିବାକୁ ପଡିବ l ସେଗୁଡିକ ହେଲା –
– ବ୍ଲଡ଼ ସୁଗାର କଣ୍ଟ୍ରୋଲ :
କିଛି ଲୋକଙ୍କର ମଧୁମେହ ହେବା ପରେ ହାର୍ଟ ଷ୍ଟ୍ରୋକ ଦେଖା ଯାଇଥାଏ l ଏପରି ସ୍ଥିତି ରେ ବ୍ଲଡ଼ ସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ଅଟେ l ଯଦି ଆପଣଙ୍କ ପରିବାରରେ କାହାର ହାର୍ଟ ରୋଗ ରହିଛି ତେବେ ଆପଣ ନିଜର ବ୍ଲଡ଼ ସୁଗାର ନିୟନ୍ତ୍ରିତ ରଖନ୍ତୁ l
– ଓଜନ ନିୟନ୍ତ୍ରିତ କରନ୍ତୁ :
ଓଜନ ବଢିବା ଦ୍ୱାରା ହାର୍ଟ , ମଧୁମେହ, ଉଚରକ୍ତଚାପ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଯଦି ଆପଣଙ୍କ ପରିବାରରେ କେହି ହାର୍ଟ ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ନିଜର ଓଜନ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ l
– ବ୍ୟାୟାମ ନିୟମିତ କରନ୍ତୁ :
ହାର୍ଟ କୁ ସୁସ୍ଥ ରଖିବା ପାଇଁ ଓ ଶରୀର କୁ ଫିଟ ରଖିବା ପାଇଁ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ l ଏହାଦ୍ୱାରା ହାର୍ଟ କୁ ସୁରକ୍ଷିତ ରଖାଯାଇ ପାରିବ l ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରିବା ଆବଶ୍ୟକ l
– ତମ୍ବାଖୁ ଓ ସିଗାରେଟ ଠାରୁ ଦୁରେଇ ରୁହନ୍ତୁ :
ଯେଉଁ ଲୋକଙ୍କ ପରିବାର ରେ ହୃଦଘାତ ସମସ୍ୟା ରହିଛି ସେମାନେ କଦାପି ତମ୍ବାଖୁ ଓ ସିଗାରେଟ ସେବନ କରିବା ଉଚିତ ନୁହେଁ l ଏହି ଅଭ୍ୟାସ ହୃଦଘାତ ପାଇଁ କ୍ଷତିକାରକ l
– ମଦ୍ୟପାନ କରନ୍ତୁ ନାହିଁ :
ମଦ୍ୟପାନ କରିବା ଠିକ ନୁହେଁ l ତା ଛଡା ଯଦି ଆପଣଙ୍କ ପରିବାରରେ କାହାର ମଦ୍ୟପାନ କରିବା ଅଭ୍ୟାସ ରହିଛି ତେବେ ଆଦୌ ମଦ୍ୟପାନ କରନ୍ତୁ ନାହିଁ l
