ଜଗତସିଂହପୁର୦୭/୦୫ :ସମ୍ଭାବ୍ ୟ ବାତ୍ୟା ଓ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଜଗତସିଂହପୁର ଜିଲାର ମୁଗଚାଷୀ । ଚଳିତ ବର୍ଷ ଜିଲାରେ ପ୍ରାୟ ୩୦ ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ ମୁଗଚାଷ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୭ ହଜାର ହେକ୍ଟର ଜମିରୁ ମୁଗ ଉପଡା ସରିଛି । ଅବଶିଷ୍ଟ ମୁଗ ଜମିରେ ପଡି ରହିଛି । ଚଳିତ ବର୍ଷ ବର୍ଷାରେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ମୁଗ ଚାଷରୁ କିଛି ଲାଭ କରିବାର ଆଶା ରଖିଥିଲା ଚାଷୀ ।
ତେବେ ବାତ୍ୟା ଓ ବର୍ଷା ଆସୁଥିବାରୁ ଏବେ ଚିନ୍ତାରେ ପଡିଛନ୍ତି ଜଗତସିଂହପୁର ଜିଲାର ଶହ ଶହ ମୁଗ ଚାଷୀ । ଚାଷୀ ଓ ତାର ପରିବାର ଦିନ ରାତି ଏକ କରି ବିଲରୁ ମୁଗ ଉପଡା ରେ ଲାଗିଥିଲେ ମଧ୍ୟ ଏତେ କମ ସମୟ ଭିତରେ ସବୁ ମୁଗ ଉପଡି ଖଳାକୁ ନେବା ସମ୍ଭବ ହେଉନାହିଁ । ଚଳିତ ବର୍ଷ ଜିଲାରେ ପ୍ରାୟ ୩୦ ହଜାର ହେକ୍ଟର ଚାଷ ଜମିରେ ମୁଗ ଫସଲ ହୋଇ ଥିଲା । ସେଥିରୁ ମାତ୍ର ୭ ହଜାର ହେକ୍ଟର ଜମି ରୁ ମୁଗ ଉପଡା ସରିଥିବା ବେଳେ ଅବଶିଷ୍ଟ ଜମିରେ ମୁଗ ପାକଳ ହୋଇ ନଥିବାରୁ ଉପଡା ହୋଇ ପାରୁନାହିଁ ।
ଏଣେ ବାତ୍ୟା ଓ ବର୍ଷା କଥା ଶୁଣି ଚିନ୍ତାରେ ପଡିଛନ୍ତି ଚାଷୀକୁଳ । ବର୍ଷା ହେଲେ ମୁଗ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବ । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଥିବା ଇଟପଡାର ଚାଷୀ ନିରଞ୍ଜନ ନାୟକ ।ଅନ୍ୟପକ୍ଷରେ ଯେତିକି ଟଙ୍କା ଫସଲରେ ଖର୍ଚ୍ଚ ହୋଇଛି ସେତିକି ତ ମିଳିବ ନାହିଁ,ମଞ୍ଜି ଗଣ୍ଡଏ ବି ମିଳିବା କଷ୍ଟକର ହୋଇ ପଡିବ ବୋଲି ଚାଷୀ ମାନେ କହିଛନ୍ତି । ତେବେ କୃଷି ବିଭାଗ ପକ୍ଷରୁ ଏହି ଦୁର୍ଦଶା ସମୟରେ କୌଣସି ସାହସ ବା ପରାମର୍ଶ ଦେବା ପାଇଁ କୌଣସି ଅଧିକାରୀ ଆସୁ ନଥିବା ବେଳେ ପ୍ରଥମେ ଧାନ ଓ ପରେ ମୁଗ କ୍ଷତି ହେବାର ଆଶଙ୍କାରେ ଏବେ ନିରାଶ ହୋଇ ପଡିଛନ୍ତି ବୋଲି ଚାଷୀ ରଞ୍ଜନ ପରିଡା କହିଛନ୍ତି । ଯଦି ବର୍ଷାରେ ମୁଗ ଚାଷ କ୍ଷତି ହୁଏ ତାହେଲେ ପ୍ରଶାସନ ଚାଷୀଙ୍କୁ ଆଵଶ୍ୟକୀୟ ସହାୟତା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।