Odisha news

ଜୀବନ ଯୁଦ୍ଧରେ ଜିତିଲା ହାତୀ ଛୁଆ:ଛଅ ଘଣ୍ଟାପରେ କୂଅରୁ ଉଦ୍ଧାରକଲା ବନ ବିଭାଗ

0
ଚଣ୍ଡିଖୋ : ଏକ ପରିତ୍ୟକ୍ତ କୂଅରେ ପଡି ହାତୀ ଛୁଆଟିଏ ନିଜ ଜୀବନ ବଞ୍ଚାଇବାକୁ ଦୀର୍ଘ ୬ଘଣ୍ଟା ଧରି ଯୁଦ୍ଧ କରିବା ପରେ ଜୀବନ ଯୁଦ୍ଧରେ ବିଜୟୀ ହୋଇ ପୁନର୍ବାର ନିଜ ମା’ହାତୀ ସହିତ ଜଙ୍ଗଲକୁ ଚାଲିଯିବାରେ ସଫଳ ହୋଇଛି! ଏପରି।ଘଟଣା ଘଟିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ କଟକ ବନଖଣ୍ଡ ଅଧିନ ବୈରୀ ଡାଳିଯୋଡା ବନାଞ୍ଚଳର ଦେହୁରୀଗଡା ଠାରେ! ଏହି ଅଞ୍ଚଳ ବଣୁଆ ହାତୀଙ୍କ ଉତ୍ପାତ ସ୍ଥଳ ଭାବେ ଜଣାସୁଣା! ଜଙ୍ଗଲ ବିଭାଗ ଅପାରଗତା କାରଣରୁ ଏହି ଅଞ୍ଚଳର ସମିଆ, ପୂର୍ଣ୍ଣଚନ୍ଦ୍ରପୁର, ଦେହୁରୀଗଡା, କଳକଳା,ଶାଳପଡା ହୀରଣଟିକିରି ଆଦି ଢେଙ୍କାନାଳ ଜିଲ୍ଲା ସୀମାନ୍ତ ବର୍ତ୍ତି ଗ୍ରାମ ଗୁଡିକ ହାତୀ ମାନଙ୍କ ଚରାଭୂଇ ପାଲଟିଛି! ଏକାଧିକ ହାତୀ ସ୍ଥାନୀୟ ଜଙ୍ଗଲରେ ଦିନରେ ଲୁଚିରହି ପ୍ରତ୍ୟେକ ରାତିରେ ଜନବସତିରେ ପସି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି!ଅନ୍ୟ ଦିନପରି ବୁଧବାର ରାତିରେ ପଲେ ହାତୀ ସ୍ଥାନୀୟ ଦେହୁରୀଗଡା ଗ୍ରାମରେ ପସି ଉତ୍ପାତ କରି ଫେରିବା ବେଳେ ମା’ହାତୀ ସହ ଆସିଥିବା ଏକ ଛୁଆହାତୀ ପାଖ ଫାର୍ମ ହାଉସର ପରିତ୍ୟକ୍ତ ୨୫ରୁ ୩୦ ଫୁଟ ଗଭୀର କୂଅ ଭିତରେ ପଡିଯାଇଥିଲା!ରାତି ପ୍ରାୟ ୧୦ଟା ବେଳେ ହାତୀ ଛୁଆଟି କୂଅରେ ପଡିଥିବା ଜଣାପିଥିଲା! ପରେ ଖବରପାଇ ବୈରୀ ବନାଞ୍ଚଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୬ ଘଣ୍ଟାଧରି ଅକ୍ଳାନ୍ତ ପରିଶ୍ରମ କରିବା ସହ ଜେସିବି ସାହାଯ୍ୟରେ କୂଅ ପାଖରୁ ସମ ଗଭୀରର  ମାହାରା ଖୋଳି କୂଅ ଭିତରେ ପଡି ଛଟପଟ ହେଉଥିବା ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ ! ଉଦ୍ଧାର ହାତୀ ଛୁଆଟିର ବୟଷ ୭/୮ ମାସ ହେବ ବୋଲି କୁହାଯାଇଛି!ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା , ହାତୀ ଛୁଆଟି କୂଅ ଭିତରେ ପଡିବା ପରେ ଉଦ୍ଧାର ହେବା ପର୍ଯ୍ୟନ୍ତ ଦୀର୍ଘ ସମୟଧରି ମା’ ହାତୀ ସହ ୩/୪ଟି ସାଥି ହାତୀ ଘଟଣା ସ୍ଥଳରେ ଜଗିରହି ଥିବା ଦଖାଯାଇଥିଲା!ଶେଷରେ ହାତୀ ଛୁଆଟି ଉଦ୍ଧାର ହେବାପରେ ସୁସ୍ଥ ଥିବାରୁ ତାକୁ ମା’ ଓ ସାଥିମାନେ ସାଙ୍ଗରେ ଧରି ରାତି ପ୍ରାୟ ୩ଟାରେ ଜଙ୍ଗଲକୁ ଚାଲିଯାଇଥିବା ଜଙ୍ଗଲ କର୍ମଚାରୀ ମାନେ ସୂଚନା ଦେଇଛନ୍ତି!
Leave A Reply