Odisha news

11 kb ବିଦୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୁର୍ତ୍ୟୁ

0
 ଆନନ୍ଦପୁର :  ଆନନ୍ଦପୁର ପୌର ପରିଷଦର 3 ନମ୍ବର ୱାର୍ଡର Krushna Chandra Sendh ( Krishna ) ବୟସ 22 ପିତା Siba Charan Sendh ଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ଆଜି 11ଟା ବେଳେ ଘସିପୁରା 13 ନମ୍ବର ୱାର୍ଡର ଜନାର୍ଦନପୁର ଶାସନରେ ପୋଲ ରେ ଚଢି କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା ହେତୁ 11kb ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିବା ବେଳେ ଶରୀରର 70 ଭାଗ ପୋଡି ଯାଇଥିବା ବେଳେ ସେଠାରେ ଥିବା ବିଦୁତ କର୍ମଚାରୀ ମାନେ ସାଙ୍ଗେ ସାଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିଲା ll କଟକରେ ପହଞ୍ଚିବା ପରେ କୃଷ୍ଣ ଚନ୍ଦ୍ରଙ୍କର ମୁର୍ତ୍ୟୁ ଘଟିଥିଲା ll ସେ କିଛି ଦିନ ତଳେ TATA କମ୍ପାନୀର ଏକ ଘରୋଇ ସଂସ୍ଥା ଆଖଣ୍ଡଳମଣି PVT. LTD ନିଯୁକ୍ତି ପାଇଥିଲେ ll କୃଷ୍ଣ ଚନ୍ଦ୍ର ଘରର ରୋଜଗାର କ୍ଷମ ପୁଅ ହୋଇଥିବା ବେଳେ ତାଙ୍କର ମୁର୍ତ୍ୟୁର ଖବର ପାଇ ଆନନ୍ଦପୁର ସହର ସହିତ କଂସାରୀ ସାହି ଓ ଦଳେଇ ସାହିରେ ଶୋକର ଛାୟା ଖେଳିଯାଇଥିଲା ll କୃଷ୍ଣ ଚନ୍ଦ୍ର ଜଣେ ସରଳ ଓ ପରୋପକାରୀ ପିଲାଟି ଭାବେ ବେସ ପରିଚିତ ଥିବା ବେଳେ ତାଙ୍କର ଏହି ମୁର୍ତ୍ୟୁ ରେ ଆନନ୍ଦପୁର ପୌର ପରିଷଦର ଉପାଦକ୍ଷ ଦୁର୍ଗା ଚରଣ ଦଳେଇ, କମ୍ପାନୀ ତରଫରୁ ଶୋକାକୁଳ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଥିବା ବେଳେ କୃଷ୍ଣ ଚନ୍ଦ୍ରଙ୍କ ଶେଷକୃତ ଆନନ୍ଦପୁର ବୈତରଣୀ ନଦୀ ରେ ସମ୍ପୂର୍ଣ କରାଯାଇଛି ll
Ad2
Leave A Reply