Odisha news

ଜମନକିରା : ପ୍ରଥମ ଦିନରେ ୧୧୨୪ ଜଣ ମାଟ୍ରିକ ପରୀକ୍ଷାର୍ଥି

0
ଜମନକିରା : ଜମନକିରା ବ୍ଲକରେ ମୋଟ ୧୨୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଆଜି ପ୍ରଥମ ଦିନରେ ୧୦୪ ଜଣ ଅନୁପସ୍ଥିତ ରହିଥିଲେ। ବାକି ୧୨୨୪ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ।
ଶିକ୍ଷା ବିଭାଗର ସୂଚନା ଅନୁଯାଇ, ବ୍ଲକରେ ମୋଟ ୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପ୍ରଥମ ଦିନରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହୋଇଥିଲା। ପଂଚାୟତ ହାଇସ୍କୁଲ ଭାତପୁରାରେ 115/108 ରହି 7,ଏସଏସଡି ହାଇସ୍କୁଲ ଷଣ୍ଡପଥର 179/157 ରହି 22,ଗୁଣ୍ଡୁରୁଚୁଆ ହାଇସ୍କୁଲରେ 145/124 ରୁ 21,ଏସଏସଡି ହାଇସ୍କୁଲ ଭୋଜପୁର 164/155 ରୁ 8,ଫାଶୀମାଲ ହାଇସ୍କୁଲ 164/152 ରୁ 12, ମୁଢ଼େନପାଲି ହାଇସ୍କୁଲ 133/111 ରୁ 22, କୁଲୁଣ୍ଡି ହାଇସ୍କୁଲ 104/99ରୁ 5, ଜମନକିରା ହାଇସ୍କୁଲ 224/217 ରୁ 7 ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମୋଟ 1124 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Leave A Reply