ନିରାକାରପୁର, ୨୭/୪: ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା ଖବର ପାଇ ମାଡିବସିଲା ପୋଲିସ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ବନ୍ଧୁକ ତିଆରି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ 3ଟି ଦେଶୀ ବନ୍ଧୁକ,6ଟି ଗୁଳି,200ଗ୍ରାମ ଗନ ପାଉଡର,ଖାଲି କ୍ୟାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ସେହିଭଳି ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ କୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଅଂଚଳର ଦିଲୀପ କୁମାର ଦାସ ଓ ଲଂଗଳେଶ୍ୱର ଅଂଚଳର ତ୍ରିଲୋଚନ ଦାସ । ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।