ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ମା ଲକ୍ଷ୍ମୀଙ୍କର ଏହି ୪ଟି ରାଶି ଉପରେ ରହିବ କୃପା ଦୃଷ୍ଟି : ଧନଧାନ୍ୟ ରେ ପୁରୀ ଉଠିବ ଭଣ୍ଡାର
ଅକ୍ଷୟ ତୃତୀୟା ଦିନଟି ଗୋଟିଏ ଶୁଭଦିନ ଅଟେ l ଯେଉଁ କାରଣରୁ ଜାତକର କୌଣସି ମେଳ କରା ନଯାଇ ବିବାହ ଓ ବ୍ରତଘର ଇତ୍ୟାଦି କରାଯାଇ ଥାଏ, ଏହିଦିନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ରଥଖଳା କୁ ଯାଇଥାଏ, ଏହିଦିନ ଚାଷୀ ନୂତନ ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ l ଆମ ହିନ୍ଦୁ ଧର୍ମର ସଂସ୍କୃତିରେ ଏହିଦିନ ଖୁବ ଶୁଭ ହୋଇ ଥିବାରୁ ସମସ୍ତ ଶୁଭ କାର୍ଯ୍ୟ ହୋଇଥାଏ l
କୁହାଯାଏ ଯେ ଏହିଦିନ କିଛି ଅଳଙ୍କାର କିଣିବା ଶୁଭ ଅଟେ l କୁହାଯାଏ ଅକ୍ଷୟ ତୃତୀୟା ରେ କିଣା ଯାଇଥିବା ଜିନିଷ ଦିର୍ଘଦିନ ଧରି ରହିଥାଏ l ଚଳିତ ଥର ଅକ୍ଷି ତୃତୀୟା ମଇ ୩ ତାରିଖରେ ଅନୁଷ୍ଠିତ ହେବ l ତେଣୁ ଏହିଦିନ ବିଶେଷ ଭାବରେ ମାତା ଲକ୍ଷ୍ମୀଙ୍କ କୃପା ବିଶେଷ ଭାବରେ ୪ ଟି ରାଶି ଉପରେ ରହିବ l
* ବୃଷ ରାଶି –
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଅକ୍ଷୟ ତୃତୀୟା ଦିନଟି ଖୁବ ଶୁଭ ଅଟେ l ଆର୍ଥିକ ସ୍ଥିତିରେ ଖୁବ ଲାଭ ହେବ l ଧନର ଅଭାବ ରହିବ ନାହିଁ, ମା ଲକ୍ଷ୍ମୀଙ୍କୁ କୃପାରୁ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହେବ l ଏହିଦିନ ଦୂର ଯାତ୍ରା କରିବାର ଯୋଗ ରହିଛି l କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ ଓ ପରିବାର ରେ ସୁଖ ସମୃଦ୍ଧି ରହିବ l
* କର୍କଟ ରାଶି –
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅକ୍ଷୟ ତୃତୀୟ ଦିନଟି ଖୁବ ଶୁଭ ଅଟେ l ପ୍ରତିଟି କାମରେ ସଫଳତା ପ୍ରାପ୍ତ ହେବ l ଯେଉଁ କାମ ଦୀର୍ଘ ଦିନରୁ ଅଟକି ରହିଥିବ ସେହି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ l ଏହିଦିନ ଆପଣ ନିଜ କାର୍ଯ୍ୟ ସ୍ଥଳରେ ପ୍ରଶଂସା ର ପାତ୍ର ହେବେ ଓ ଆପଣଙ୍କ ଭାଗ୍ୟ ମଜବୁତ ରହିବ l
* ଧନୁ ରାଶି –
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅକ୍ଷୟ ତୃତୀୟା ଦିନଟି ଖୁବ ଶୁଭ ଅଟେ l ଏହିଦିନ ମା ଲକ୍ଷ୍ମୀଙ୍କ ର ବିଶେଷ କୃପା ରହିବ ଆପଣଙ୍କ ରାଶି ଉପରେ l କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ ଓ ନୂତନ ଗୃହ କିମ୍ବା ଯାନ କିଣିବାର ସମ୍ଭାବନା ରହିଛି l
*କୁମ୍ଭ ରାଶି –
କୁମ୍ଭ ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃଟିତ ଦିନଟି ଖୁବ ଶୁଭ ଅଟେ l କର୍ମ କ୍ଷେତ୍ରରେ ସଫଳତା, ନୂତନ ବ୍ୟବସାୟ ଆରମ୍ଭ କରିବାର ଉତ୍ତମ ଦିନ ଅଟେ l କୁମ୍ଭ ରାଶି ର ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ l