ଚଳିତ ବର୍ଷ ଅକ୍ଷୟ ତୃତୀୟା ମଇ ମାସ ୩ ତାରିଖରେ ପଡୁଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ଅନୁଷ୍ଠିତ ହୋଇଥାଏ l ପ୍ରତ୍ୟେକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହିଦିନ ଟି ଖୁବ ଶୁଭ ଅଟେ l ଏହି କାରଣରୁ ଅକ୍ଷୟ ତୃତୀୟା ଦିନ ବିବାହ, ଗୃହ ପ୍ରବେଶ, ନୂଆ ବ୍ୟବସାୟ, ଧାର୍ମିକ ଅନୁଷ୍ଠାନ ଓ ପୂଜାପାଠ ଇତ୍ୟାଦି କରାଯାଇ ଥାଏ l ସୁନା କିଣିବା ପାଇଁ ଏହିଦିନ ଟି ଖୁବ ଶୁଭ ଅଟେ l
ଦୀପାବଳି ଭଳି ଏହିଦିନ ମଧ୍ୟ ମା ଲକ୍ଷ୍ମୀଙ୍କ ପୂଜା କରାଯାଇ ଥାଏ l ଲକ୍ଷ୍ମୀଙ୍କ ବିଶେଷ କୃପା ରୁ ଘର ଧନଧାନ୍ୟ ରେ ପୁରୀ ରହିଥାଏ l ତେଣୁ ମାତା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଅକ୍ଷୟ ତୃତୀୟା ରେ ଏହିସବୁ ଉପାୟ କରନ୍ତୁ –
* ଧନ ପ୍ରାପ୍ତି ପାଇଁ ଉପାୟ –
ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କୁ ପୂଜା ସମୟରେ ନାଲି ପଦ୍ମ ଅର୍ପଣ କରନ୍ତୁ ଏବଂ ନାଲି ସ୍ପଟିକ ମାଳୀ ଅର୍ପଣ କରନ୍ତୁ l ତା ସହିତ ଲକ୍ଷ୍ମୀଙ୍କୁ ଯାହାବି ଅର୍ପଣ କରିବେ ତାହାକୁ ଗଙ୍ଗାଜଳ ରେ ଧୋଇ ଅର୍ପଣ କରିବା ଉଚିତ l
* ଯଶ ଲାଭ କରିବା ପାଇଁ –
ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କ ନିକଟରେ ‘ ଓଂ ହୃଙ୍ଗ ଶ୍ରୀଙ୍ଗ ଲକ୍ଷ୍ମୀ ବାସୁଦେବାୟ ମନ୍ତ୍ର ୧୦୮ ଥର ସ୍ପଟୀକ ମାଳିରେ ପାଠ କରନ୍ତୁ l ଏହାପରେ ସେହି ମାଳୀକୁ ନିଜ ଗଳାରେ ଧାରଣ କରନ୍ତୁ l ଏହି ମାଳୀକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଖୋଲି ଦିଅନ୍ତୁ ଓ ସକାଳୁ ସ୍ନାନ କରିବା ପୂର୍ବରୁ ପିନ୍ଧି ଦିଅନ୍ତୁ l ଏପରି କରିବା ଦ୍ୱାରା ପ୍ରତିଟି କ୍ଷେତ୍ରରେ ଯଶ ଲାଭ କରିବେ l
* ସୁଖୀ ବୈବାହିକ ଜୀବନ ପାଇଁ –
ସୁଖୀ ବୈବାହିକ ଜୀବନ ପାଇଁ ଅକ୍ଷୟ ତୃତୀୟ ଦିନ ବିଷ୍ନୁ ଓ ଲକ୍ଷ୍ମୀଙ୍କ ଆରାଧନା କରିବା ଉଚିତ l ଏହିଦିନ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ମୂର୍ତ୍ତିକୁ ପୂଜା କରିବା ଆବଶ୍ୟକ l ତା ସହିତ ଗୌରୀ ଶଙ୍କରଙ୍କୁ ମଧ୍ୟ ପୂଜା କରିବା ଉଚିତ l ଏହିଦିନ ବିବାହିତା ନାରୀମାନେ ମା ଗୌରୀଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ୱାରା ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ l ତା ସହିତ ତାଙ୍କ ସ୍ୱାମୀ ଦୀର୍ଘଜୀବୀ ହୁଅନ୍ତି l
* ଘରର ମୁଖ୍ୟ ଦ୍ୱାରରେ ସ୍ଥାପନା କରନ୍ତୁ ଅକ୍ଷୟ କଳସ –
ଅକ୍ଷୟ ତୃତୀୟା ଦିନ ଘରର ମୁଖ୍ୟ ଦ୍ୱାରରେ ଅକ୍ଷୟ କଳସ ସ୍ଥାପନା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ, ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ, ଧନ ଯଶ ର ବୃଦ୍ଧି ହୋଇଥାଏ l ମାନ୍ୟତା ରହିଛି ଯେ ଯେଉଁ ଗୃହର ମୁଖ୍ୟ ଦ୍ୱାରରେ ଅକ୍ଷୟ କଳସ ସ୍ଥାପନା ହୋଇଥାଏ ସେହି ଘରୁ କଦାପି ଅନ୍ନ ହାଣ୍ଡି ଖାଲି ହୋଇ ନଥାଏ l
