Odisha news

ଓଡିଶା କେନ୍ଦୁପତ୍ର କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ତରବୋଡ଼ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ନୂଆପଡା : ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ ର କମିଟି ତଥା ସମସ୍ତକର୍ମକର୍ତ୍ତା ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତରବୋଡ଼ ସମ୍ଭବ ପ୍ରକଳ୍ପ ର ଆମ୍ବ ବଗିଚାରେ ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ,ସିଜିନଲ ଷ୍ଟାଫ, ବନ୍ଧାଲି, ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସ୍ୱାଗତଯୋଗ୍ୟ କିମ୍ବା ସନ୍ତୋଷ ଜନକ କହିବା ଅପେକ୍ଷା ସାନ୍ତ୍ୱନା ମୂଳକ କହିଲେ ଠିକ ହେବ ବୋଲି ବୈଠକରେ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ତୋଳାଳୀ ଙ୍କୁ ୫୦% ବୋନସ ଓ ସିଜିନାଲ ଷ୍ଟାଫ ତଥା ବନ୍ଧାଲି ମାନଙ୍କୁ ୧୦% ଇନସେଂଟିଭ ଆଲାଉନ୍ସ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମ୍ଭେ ୧୦୦% ବୋନସ ଓ ଅତିକମରେ ୨୦% ଇନସେଣ୍ଟିଭ ଆଲାଉନ୍ସ ଅପେକ୍ଷା ରଖିଥିଲୁ। ଠିକ ସେହିପରି ଶ୍ରମିକ ସାମାଜିକ କଲ୍ୟାଣ ଯୋଜନା ପାଈଁ ପୂର୍ବରୁ ଦିଆ ଯାଉଥିବା ଛାତ୍ର ବୃତ୍ତି , ଝିଅ ବାହାଘର ଓ ଚିକିତ୍ସା ସହାୟତା ଲାଗୁ ନ କରିବା ଦୁର୍ଭାଗ୍ୟ ଜଣକ ଅଟେ।ଏହି ଯୋଜନା ପାଇଁ ତୋଳାଳୀ ଙ୍କୁ ଚାରି ହଜାର ପତ୍ର ବଦଳରେ ଦୁଇ ହଜାର ପତ୍ର ବିକିଥିଲେ ସାମିଲ କରିବା ନିଷ୍ପତ୍ତି ,ପତ୍ର କେରି ପିଛା କୋଡିଏ ପଇସା ବୃଦ୍ଧି ସ୍ୱାଗତଯୋଗ୍ୟ ଅଟେ।ଏବର୍ଷ କେନ୍ଦୁ ପତ୍ର ରେ ଲାଭ ହୋଇଛି। ଦୀର୍ଘ ତିନି ବର୍ଷ କାଳ କୋଭିଡ ରେ ତୋଳାଳୀ ,ବନ୍ଧାଲି ଓ ସିଜିନାଲ ଷ୍ଟାଫ ଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି।ଏଣୁ ଏହି ଶ୍ରମିକ ମାନଙ୍କ ଯଥେଷ୍ଟ ସହାୟତା ର ଆବଶ୍ୟକ ଅଛି। ଏଣୁ ସରକାର ପୁଣି ଥରେ ପୁନର୍ବିଚର କରିବା କଥା।ଦରକାର ପଡ଼ିଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ,ଏଥିପାଇଁ ସମସ୍ତେ ପ୍ରସ୍ତୁତ ରବିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ।ଏହି ସପ୍ତାହ ସାରା ଖଡ଼ିଆଳ ଡିଭିଜନର ସବୁରେଞ୍ଜରେ ଆଜି ଭଳି ବୈଠକ ଅନୁଷ୍ଠିତ ହେବ ଓ ସମସ୍ତଙ୍କୁ ସଂଘର ଦୃଢ଼ତା ପାଇଁ ଓ ଦାବୀ ହାସଲ ପାଇଁ ସଚେତନ ଲରାଯିବ।
ଏହି ବୈଠକରେ ହେଡ ଚେକର ତଥା ରେଞ୍ଜ ସଭାପତି ଶ୍ରୀ ପଦ୍ମନ ମଝି,ରେଞ୍ଜ ସମ୍ପାଦକ ଶ୍ରୀ ସୁରେଶ ବେହେରା, ଶ୍ରୀ ହରିସିଂ ମାଝୀ,,ଅଂଚଳ ମାଝୀ, ଉଦୟ ମାଝୀ, ଗୋବର୍ଦ୍ଧନ ମାଝୀ, ଯମୁନା ଧରୁଆ,ଗମ୍ଭୀର ମାଝୀ, ରବୀନ୍ଦ୍ର ସାହୁ,,ତାପସ ବନଛୋର,ପଦ୍ମନ ବନଛୋର,ରାହେନ୍ଦ୍ର ଅହୀର ପ୍ରମୁଖ ସାମିଲ ହୋଇଥିଲେ।

Leave A Reply